ରାଧାନଗର ପାଟଣାରେ ମହାଦେବ ମନ୍ଦିର ପ୍ରତିଷ୍ଠା 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଡଅଁର ପଞ୍ଚାୟତର ରାଧାନଗର ପାଟଣାରେ ଶ୍ରୀଶ୍ରୀ ପାଟଣେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚାରିଦିନ ବ୍ୟାପୀ ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଲାଗି  ଗତ ୧୧ତାରିଖଦିନ ୧୦୮ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ପଣ୍ଡିତ ମୁରାରୀ ମଧୁସୁଦନ ମହାପାତ୍ରଙ୍କ ନେତୃତ୍ୱରେ ୧୧ଜଣ ବୈଦିକ ବ୍ରାହ୍ମଣ ଯୋଗଦେଇ ବେଦମନ୍ତ୍ରରେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିଲେ । ପ୍ରତିଷ୍ଠା ଉତ୍ସବରେ କର୍ତ୍ତା ଭାବେ ପର୍ଶୁରାମ ପାତ୍ର, ପ୍ରତିମା ପାତ୍ର, ହରେକୃଷ୍ଣ ଘଡେଇ, ଆରତୀ ଘଡେଇ, ଅକ୍ଷୟ ବିଶ୍ୱାଳ, ଅନୁସୁୟା ବିଶ୍ୱାଳ, ଅଜୟ ରାଉତ, ବିଜୟିନୀ ରାଉତ, ସନ୍ତୋଷ ରାଉତ, ମଲ୍ଲିବତୀ ରାଉତ ପ୍ରମୁଖ ସାମିଲ ହୋଇଥିଲେ ।  ମନ୍ଦିର ପ୍ରତିଷ୍ଠା ପରେ ବିଗ୍ରହ ପ୍ରତିଷ୍ଠା କରାଯାଇ ବିଗ୍ରହ ପ୍ରବେଶ ପରେ ଆଜି ପୁର୍ଣ୍ଣାହୁତୀ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଅଶୋକ କୁମାର ବିଶ୍ୱାଳ, ଆଲୋକ କୁମାର ବିଶ୍ୱାଳ, କୋଦଣ୍ଡ ସେଠୀ, ଭାଗିରଥି ଦାସ, ପ୍ରମୋଦ ସାହାଣୀ, ଶ୍ୟାମ ସୁନ୍ଦର ରାଉତ, ନିତ୍ୟାନନ୍ଦ ସେଠୀ, ରମାକାନ୍ତ ପାତ୍ର, ଅଜୟ ଜେନା, ରବିନ୍ଦ୍ର ସେଠୀ, ପ୍ରାଣବଲ୍ଲବ ଜେନା, ମାନସ ବେହେରା, ବଳରାମ ଜେନା, ହରିହର ସେଠୀ, ଓମ ପ୍ରକାଶ ପଟ୍ଟନାୟକ, ବନଜାବାସିନୀ, ରତ୍ନପ୍ରଭା, ବିଉଟି, ବିନତୀ, ରସ୍ମୀତା, ତୃପ୍ତୀମୟୀ, ପ୍ରେମଲତା, ଲତିକା, କୋକିଳ, ମାମିନାଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଉତ୍ସବରେ ଆଖପାଖ ଅଞ୍ଚଳର ହଜାର ହଜାର  ଶ୍ରଦ୍ଧାଳୁ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ