ରାଧାପାଦ ଦର୍ଶନ ପାଇଁ ମଠ ମନ୍ଦିର ରେ ଭକ୍ତ ଙ୍କ ଭିଡ଼
ନିମାପଡ଼ା, (ସନ୍ତୋଷ ଦାଶ):ଆଜି କାର୍ତ୍ତିକ ମାସ ର ପବିତ୍ର ଅଁଳା ନବମୀ ତିଥି। କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥିରେ ଓଡ଼ିଆଣୀ ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀ ରାଧା। ପ୍ରାଚୀ ଉପତ୍ୟକା ର ବିଭିନ୍ନ ମଠ, ମନ୍ଦିର ମାନଙ୍କ ରେ ପୂଜା ପାଉଥିବା ରାଧା କୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି କୁ ଶୁଦ୍ଧ ଜଳ ରେ ସ୍ନାନ କରାଯିବା ସହିତ ଭକ୍ତ ମାନେ ଶ୍ରୀ ରାଧା ଙ୍କ ପାଦ ଯୁଗଳ କୁ ଦର୍ଶନ କରିଥିଲେ। ଏଥିପାଇଁ ମଠ, ମନ୍ଦିର ମାନଙ୍କ ରେ ପ୍ରବଳ ଜନ ସମାଗମ ହୋଇଥିଲା।ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଛଣିଜଙ୍ଗ ଗ୍ରାମ ର ରାଧାକାନ୍ତ ମନ୍ଦିର, ତୁଳସୀପୁର ମହାଜନ ସାହି ର ବାବା ବାସୁଦେବ ମନ୍ଦିର, ଅସ୍ତରଙ୍ଗ ବ୍ଲକ ବରାଙ୍ଗ ଗ୍ରାମର ରାଧାକୃଷ୍ଣ ମନ୍ଦିର ରେ ଠାକୁରାଣୀ ଶ୍ରୀ ରାଧାରାଣୀ ଙ୍କ ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥିଲା।ଅନ୍ୟ ପଟେ ଅଁଳା ନବମୀ ଥିବାରୁ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମ ରେ ଥିବା ଅଁଳା ବୃକ୍ଷକୁ ପୂଜାର୍ଚନା କରି ଅଁଳା ବୃକ୍ଷ ମୂଳେ କାର୍ତ୍ତିକ ବ୍ରତ ରଖିଥିବା ମହିଳା ଓ ଧର୍ମ ପରାୟଣ ବ୍ୟକ୍ତି ମାନେ ପ୍ରସାଦ ସେବନ କରିଥିଲେ। ଅଁଳା ବୃକ୍ଷ ମୂଳରେ ଆଜି ପ୍ରସାଦ ସେବନ କଲେ ବିଶ୍ୱାସ ରହିଛି ସମସ୍ତ ମାନସିକ ପୂରଣ ହୋଇଥାଏ। ପବିତ୍ର ଅଁଳା ନବମୀ ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଅଞ୍ଚଳ ଉତ୍ସବ ମୁଖର ହୋଇ ପଡ଼ିଥିଲା।