ରାଧା ପ୍ରେମ ଲୀଳା ଓ ସଖୀ ନାଚ ଗୁରୁ ସ୍ୱର୍ଗତ ସିମାଂଚଳ ମଣ୍ଡଳଙ୍କ ବିୟୋଗରେ ସ୍ମୃତି ସଭା

ଛତ୍ରପୁର, (ଦେବଦତ୍ତ ମହାରଣା) :-ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ତଥା ଗଞ୍ଜାମ ଜିଲ୍ଲାର ଲୋକନୃତ୍ୟ ରାଧା ପ୍ରେମ ଲୀଳା ଏବଂ ସଖୀ ନାଚ ର ଗୁରୁ ସ୍ୱର୍ଗତ ସିମାଂଚଳ ମଣ୍ଡଳଙ୍କ ଗତ ଜୁନ୍ ମାସ ୨୬ ତାରିଖ ଦିନ ଛତ୍ରପୁର ବ୍ଲକ ଅଧିନ ସୁନ୍ଦରପୁର ସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସୁନ୍ଦରପୁର ସ୍ଥିତ ନିଜସ୍ୱ ବାସ ଭବନରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ସ୍ୱର୍ଗତ ସିମାଂଚଳ ମଣ୍ଡଳଙ୍କ ତୈଳ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସେହିପରି ସୁନ୍ଦରପୁର ସରପଂଚ ଗଗନ ବେହେରା, ସମିତିସଭ୍ୟା ସୁଜ୍ଞାନୀ ସେଠୀ, ଯୁବ ବିଜେଡିର ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍‌. ଚକ୍ରପାଣି ରେଡ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜଟିଆ ନାହାକ, ଜିଲ୍ଲା ସଂସ୍କୃତି ପରିଷଦର ଉପସଭାପତି ତଥା ଭାରତ ଲୀଳା ଗୁରୁ ସନ୍ତୋଷ କୁମାର ପାଢୀ, ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ କୃଷ୍ଣ ଚନ୍ଦ୍ର ନିଶାଙ୍କ, ବାଘନୃତ୍ୟ ଗୁରୁ ନାରାୟଣ ମହାରଣା, ସଖିନାଚ ଗୁରୁ କାଳୁ ଚରଣ ସାହୁ, ଭାରତଲୀଳା ଗୁରୁ ରଙ୍କନିଧି ବେହେରା, ବିବିଧା ଫାଉଣ୍ଡେସନ ଫର ଆର୍ଟ ଏଣ୍ଡ କଲଚର ର ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ, ରାମେଶ୍ୱର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ରାଧା ପ୍ରେମ ଲୀଳା ଓ ସଖୀ ନାଚ ଗୁରୁ ସ୍ୱର୍ଗତ ସିମାଂଚଲ ମଣ୍ଡଳ ଜଣେ ଗୁରୁ ଭାବେ ସୁପରିଚିତ ଥିଲେ । ତାଙ୍କ ବିୟୋଗରେ ତାଙ୍କ ତିନି ପୁଅ ଭଗବାନ ମଣ୍ଡଳ, ଦୁର୍ଯ୍ୟୋଧନ ମଣ୍ଡଳ ଓ ମନୋଜ କୁମାର ମଣ୍ଡଳଙ୍କ ସମେତ ବହୁ ଅଂଚଳ ବାସିନ୍ଦା ମାନେ ଶୋକ ପ୍ରକାଶ କରିଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ଓଡିଶା ନାଟକ ଏକାଡେମୀ ର ସଦସ୍ୟ ତଥା ଘୁଡୁକୀ ଏବଂ ସଖିନାଚ ଗୁରୁ ଆଲୋକ ବିଷୋୟୀ ସଂଯୋଜନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ