ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ଶିବ କୁମାର ରିଡିଙ୍ଗ ରୁମ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି l ଟ୍ରଷ୍ଟ ର ସଭାପତି ତଥା 10 ନମ୍ବର ୱାର୍ଡ କାଉନସିଲର ଦେବାଶିଷ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫାଉଣ୍ଡେସନ ର ବିଭିନ୍ନ ଜନ କଲ୍ୟାଣକାରି କାର୍ଯ୍ୟ କୁ ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ଭାବେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଛତ୍ରପୁର ଏନଏସି ଉପାଧ୍ୟକ୍ଷା ଜି. ପାପା ରାଓ, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ଗଞ୍ଜାମ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଅମର ପ୍ରସାଦ ବିଷୋୟୀ ମୁଖ୍ୟ ଵକ୍ତା ଭାବେ ଯୋଗ ଦେଇ ଫାଉଣ୍ଡେସନ ର ଏଭଳି କାର୍ଯ୍ୟ କୁ ପ୍ରଂଶସା କରିଥିଲେ,ଫାଉଣ୍ଡେସନ ର ସମ୍ପାଦିକା ଝିଲିବାଳା ରାଉତ,ସହ -ସମ୍ପାଦିକାଗୀତା ସାହୁ, ଛତ୍ରପୁର ପ୍ରେସ କ୍ଳବର ସଭାପତି ପ୍ରଶାନ୍ତ କୁମାର ମହାରଣା ଓ ଟ୍ରଷ୍ଟ ର ଆଇନ ପରମର୍ଶ ଦାତା ବିଜୟ କୃଷ୍ଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଫାଉଣ୍ଡେସନ ର ଉପଦେଷ୍ଟାତଥା କବି ପ୍ରଶାନ୍ତ କୁମାର ଶତପଥୀ ସଂଯୋଜନା କରିଥିବା ବେଳେ ସମ୍ପାଦିକା ଝିଲି ବାଳା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ,ଏହି ଅବସରରେ ଓଡିଶା ପ୍ରଶାନିକ ସେବା ରେ କୃତିତ୍ୱ ହାସଲ କରିଥିବା ଛତ୍ରପୁର ର ସନ୍ଦୀପ ଖାଡ଼ଙ୍ଗା, ବଡ଼ି ବିଲଡର ବଲାଲ ଖାନ୍, ନୃତ୍ୟ ଗୁରୁ ଅଳକା ସାହୁ, ଆନ୍ତର୍ଜାତିକ କ୍ରୀଡ଼ାବିତ ଭି ରମେଶ ରାଓ, ବରିଷ୍ଠ ନାଗରିକ ର ସଂଯୋଜକ,କାମରାଜୁ ମହାରଣା ସମାଜସେବୀ ଶିବ ପ୍ରସାଦ ବେହେରା ଟି.ଗୁରୁପ୍ରିୟ ଆଚରୀ ଓ କେ. କେଦାର କୁମାର ରାଜୁ ଯଶୋଦା ଫାଉଣ୍ଡେସନ୍ ର ମୁଖ୍ୟ ସାଗରୀକା ପଣ୍ଡା, ଶିକ୍ଷାବିତ ଅମର ପ୍ରସାଦ ବିଷୋୟୀ, ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟର ଟପର ଅବିନାଶ ଚୌଧୁରୀ, ବିପୁଳିଙ୍ଗି ଉଚ୍ଚ ବିଦ୍ୟାଳୟ ଛାତ୍ର ତଥା ବ୍ଲକ ଟପର ରୁଦ୍ର ନାରାୟଣ ପଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ତଥା ଛତ୍ରପୁର ଏନଏସି ଟପର ଅନୁଶ୍ରୀ ସାହୁ, ଛତ୍ରପୁର କାରମେଲ୍ ସିନିଅର ସେକଣ୍ଡାରୀ ସ୍କୁଲ ର ଛାତ୍ର ଓଡିଶା ଟପର ବିଷ୍ଣୁ ପ୍ରସାଦ ଶତପଥୀ ଏବଂ ଏନଏସି ର ସମସ୍ତ କାଉନସିଲର ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l