ରାନୁଙ୍କ ଆଉ ଏକ ଗୀତ
ପ୍ଲାଟଫର୍ମରେ ଗୀତ ଗାଇ ରାତାରାତି ବଲିଉଡରେ ପ୍ରବେଶ କରିଥିବା ରାନୁ ମଣ୍ଡଳଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ତେବେ ବର୍ତ୍ତମାନ ତାଙ୍କର ଆଉ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ସେ ଶାହରୁଖ୍ ଖାନ୍ଙ୍କ ଫିଲ୍ମ “ଦିଲ୍ୱାଲେ ଦୁଲହନିୟା ଲେ ଜାଏଙ୍ଗେ’ର ସୁପରହିଟ୍ ଗୀତ “ତୁଝେ ଦେଖା ତା ୟେ ଜାନା ସନମ୍’ ଗାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓଟି ବଙ୍ଗାଳି ଟେଲିଭିଜନ୍ ଶୋ’ “କମେଡି ଷ୍ଟାର୍ସ’ର ବୋଲି ଜଣାପଡ଼ିଛି । ନିକଟରେ ରାନୁ ଏହି ଶୋ’ରେ ଅତିଥି ଭାବେ ଯୋଗ ଦେଇଥିଲେ ଓ ଷ୍ଟେଜରେ ଏହି ଗୀତ ଗାଇଥିଲେ । ରାନୁଙ୍କ କଣ୍ଠରୁ ଏହି ଗୀତ ଶୁଣିବା ପରେ ଦର୍ଶକମାନେ ବେଶ୍ ଖୁସି ହୋଇଯାଇଥିଲେ । ଏହି ଭିଡିଓଟିକୁ “ଡେଲିହଣ୍ଟ’ର ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ ସାଇଟରେ ଶେଆର୍ କରାଯାଇଛି । ସୂଚନାଯାଗ୍ୟ, ପଶ୍ଚିମବଙ୍ଗର ରାଣାଘାଟ ରେଲୱେ ଷ୍ଟେସନରେ ଲତା ମଙ୍ଗେଶକରଙ୍କର ଗୀତ ଗାଇ ରାନୁ ସୋଶାଲ ମିଡିଆରେ ସୁପରଷ୍ଟାର ବନି ଯାଇଥିଲେ । ଆଉ ରାନୁଙ୍କ ସ୍ୱରରେ ପ୍ରଭାବିତ ହୋଇ ହିମେଶ ରେଶମିଆ ତାଙ୍କୁ ନିଜ ଫିଲ୍ମ “ହାପି ହାର୍ଡି ଆଣ୍ଡ୍ ହୀର୍’ରେ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ । ଏହି ଫିଲ୍ମରେ ରାନୁ ତିନୋଟି ଗୀତ ଗାଇଛନ୍ତି ।


