ରାନୁ ମଣ୍ଡଳ ପାର୍ଟ-୨

କୋଲକାତାର ରାଣାଘାଟ ରେଲୱେ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତାରାତି ଷ୍ଟାର୍ ହୋଇଥିବା ରାନୁ ମଣ୍ଡଳଙ୍କ ପରି ଆଉ ଜଣେ ରାନୁଙ୍କର ଭିଡିଓ ଏବେ ସାଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ହେଉଥିବା ଏହି ଭିଡିଓରେ ଥିବା ମହିଳା ଜଣକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବଡ଼ କଥା ହେଉଛି ଉକ୍ତ ମହିଳା ଦେଖିବା ପାଇଁ ଅବିକଳ ରାନୁ ମଣ୍ଡଳଙ୍କ ପରି । ରାନୁଙ୍କ ଚେହେରା ସହିତ ତାଙ୍କର ଚେହେରା ମେଳ ଖାଉଛି । ଏହି ମହିଳା ଜଣକ ଗୌହାଟିର ବୋଲି ଜଣାପଡ଼ିଛି । ଭାଇରାଲ୍ ଭିଡିଓରେ ସେ ରାନୁଙ୍କ ଗୀତ “ତେରୀ ମେରୀ କାହାନୀ’ ଗାଉଥିବା ଦେଖାଯାଇଛି । ରାନୁଙ୍କ ପରି ସୁମଧୁର କଣ୍ଠର ଅଧିକାରିଣୀ ହୋଇନଥିଲେ ମଧ୍ୟ ଜଣେ ୟୁଜର୍ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଶେଆର୍ କରି ରାନୁ ମଣ୍ଡଳ ପାର୍ଟ-୨ ବୋଲି ଲେଖିଛନ୍ତି । ଗତ କିଛି ଦିନ ଧରି ସୋଶାଲ ମିଡିଆରେ ରାନୁଙ୍କୁ ଖରାପ ଭାବରେ ଟ୍ରୋଲ୍ କରାଯାଉଛି । ନିକଟରେ ରାନୁ ରାମ୍ପ୍ ଶୋ’ ମେକଅପକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ