ରାପିଡ ଆଣ୍ଟିବଡି ଟେଷ୍ଟ ମୂଲ୍ୟ ସଂକ୍ରାନ୍ତ ବିବାଦ ନେଇ ତଥ୍ୟ
ନୂଆଦିଲ୍ଲୀ : ଆଇସିଏମଆର ଦ୍ୱାରା କ୍ରୟ ନିର୍ଣ୍ଣୟ ନିଆଯାଉଥିବା ପୃଷ୍ଠଭୂମିକୁ ବୁଝିବାର ଆବଶ୍ୟକତା ରହିଛି । କୋଭିଡ-୧୯ର ମୁକାବିଲା ଲାଗି ନମୁନା ପରୀକ୍ଷଣ ସବୁଠୁ ପ୍ରଭାବୀ ଉପାୟ । ତେଣୁ ନମୁନା ପରୀକ୍ଷଣ ବୃଦ୍ଧି ନିମନ୍ତେ ଆଇସିଏମଆର ପକ୍ଷରୁ ସବୁପ୍ରକାରର ପ୍ରୟାସ କରାଯାଉଛି । ଏଥିପାଇଁ ପରୀକ୍ଷଣ କିଟ କ୍ରୟ କରାଯିବା ସହିତ ଆବଶ୍ୟକତା ଅନୁସାରେ ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ପରୀକ୍ଷଣ କିଟର ବ୍ୟାପକ ଚାହିଦା ରହିଛି ଏବଂ ବିଭିନ୍ନ ରାଷ୍ଟ୍ର ଏହାକୁ କିଣିବା ଲାଗି ନିଜର ସମ୍ପୂର୍ଣ୍ଣ ମୌଦ୍ରିକ ଓ କୂଟନୈତିକ ଶକ୍ତିର ଉପଯୋଗ କରୁଛନ୍ତି । ଏଭଳି ଏକ ସମୟରେ ପରୀକ୍ଷଣ କିଟ କ୍ରୟ କରାଯାଉଛି । ଏହି କିଟ କ୍ରୟ କରିବା ନିମନ୍ତେ ଆଇସିଏମଆର ପକ୍ଷରୁ ପ୍ରଥମେ ପ୍ରୟାସ କରାଯିବା ସମୟରେ କୌଣସି ଯୋଗାଣକାରୀ ଏଥିପ୍ରତି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । ଦ୍ୱିତୀୟ ଥର ପ୍ରୟାସ କରାଯିବା ଉପରେ ଯଥେଷ୍ଟ ପ୍ରତିକ୍ରିୟା ମିଳିଲା । ଏହି ପ୍ରତିକ୍ରିୟାରେ ସମ୍ବେଦନଶୀଳତା ଓ ସ୍ୱତନ୍ତ୍ରତାକୁ ଧ୍ୟାନରେ ରଖି ଦୁଇଟି କମ୍ପାନୀ ବାୟୋମେଡେମିକ୍ସ ଏବଂ ୱଣ୍ଡଫୋ ଠାରୁ କିଟ କ୍ରୟ ନିମନ୍ତେ ଚୟନ କରାଯାଇଥିଲା । ଉଭୟ କମ୍ପାନୀ ନିକଟରେ ଆବଶ୍ୟକ ଅନ୍ତର୍ଜାତୀୟ ପ୍ରାମାଣିକତା ରହିଥିଲା । ୱଣ୍ଡଫୋ ପାଖରୁ ମୂଲ୍ୟାଙ୍କନ ସମିତିକୁ ୪ଟି ନିଲାମି ମିଳିଥିଲା ଏବଂ ତଦନୁଯାୟୀ ପ୍ରାପ୍ତ ନିଲାମିରେ ପ୍ରତ୍ୟେକ କିଟର ମୂଲ୍ୟ ୧୨୦୪, ୧୨୦୦, ୮୪୪ ଓ ୬୦୦ ଟଙ୍କା ଥିଲା । ସେହି ଅନୁରୂପ ୬୦୦ ଟଙ୍କାର ପ୍ରସ୍ତାବକୁ ଏଲ ୧ ରୂପରେ ବିଚାର କରାଗଲା । ଇତିମଧ୍ୟରେ, ଆଇସିଏମଆର ସିଜିଆଇ ଜରିଆରେ ସିଧାସଳଖ ଚୀନର ୱଣ୍ଡଫୋ କମ୍ପାନୀ ଠାରୁ ମଧ୍ୟ କିଟ କ୍ରୟ ପାଇଁ ପ୍ରୟାସ କରିଥିଲା । ତଥାପି, ପ୍ରତ୍ୟକ୍ଷ କ୍ରୟରୁ ପ୍ରାପ୍ତ କୋଟେସନରେ ନିମ୍ନଲିଖିତ ପ୍ରସଙ୍ଗ ରହିଥିଲା : ବିନା କୌଣସି ପ୍ରତିବଦ୍ଧତାରେ କୋଟୋସନ ଲଜିଷ୍ଟିକ୍ସ ପ୍ରସଙ୍ଗ ଏଫଓବି (ଫ୍ରି ଅନ ବୋର୍ଡ) ଥିଲା । କୋଟେସନ ବିନା ଗ୍ୟାରେଂଟିରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ଅଗ୍ରୀମ ଆଧାରିତ ଥିଲା । ସମୟସୀମାକୁ ନେଇ କୌଣସି ଗ୍ୟାରେଂଟି ନଥିଲା । ମୂଲ୍ୟ ହ୍ରାସବୃଦ୍ଧି ନିମନ୍ତେ ଆକାଉଂଟିଂ ପାଇଁ କୌଣସି ସର୍ତ୍ତ ବିନା ଦରକୁ ଆମେରିକୀୟ ଡଲାରରେ ରୂପାନ୍ତରିତ କରାଯାଇଥିଲା । ତେଣୁ, ୱଣ୍ଡଫୋ ପକ୍ଷରୁ ଅଗ୍ରୀମ ପାଇଁ କୌଣସି ସର୍ତ୍ତ ରଖାନଯାଇ ଏଫଓବି (ଲଜିଷ୍ଟିକ୍ସ) ନିମନ୍ତେ ସମାବେଶୀ ଦର ନିର୍ଦ୍ଧାରଣ କରିଥିବାରୁ ଏହାକୁ ଭାରତର ସ୍ୱତନ୍ତ୍ର କିଟ ବିତରକ ଭାବେ ନିଯୁକ୍ତି ଦେବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା ।
ଏହା ମନେ ରଖିବାର ଆବଶ୍ୟକତା ରହିଛି ଯେ ବର୍ତ୍ତମାନସୁଦ୍ଧା ଏଭଳି କିଟ କ୍ରୟ ନିମନ୍ତେ କୌଣସି ଭାରତୀୟ ଏଜେନ୍ସୀ ପକ୍ଷରୁ ଏହା ଥିଲା ପ୍ରଥମ ପ୍ରୟାସ । ନିଲାମକାରୀଙ୍କ ଦ୍ୱାରା ଉଦ୍ଧୃତ କରାଯାଇଥିବା ଦର ହିଁ ଏକମାତ୍ର ସନ୍ଦର୍ଭ ବିନ୍ଦୁ ଥିଲା । କେତେକ ଯୋଗାଣ ପାଇବା ପରେ ଆଇସିଏମଆର ପୁଣିଥରେ କ୍ଷେତ୍ରୀୟ ସ୍ଥିତିରେ ଏସବୁ କିଟଗୁଡ଼ିକର ଗୁଣବତା ଯାଞ୍ଚ କରିଥିଲା । ଏଗୁଡ଼ିକର ପ୍ରଦର୍ଶନକୁ ବୈଜ୍ଞାନିକ ଦୃଷ୍ଟିରୁ ମୂଲ୍ୟାଙ୍କନ କରାଯିବା ପରେ ଅନ୍ୟ କିଟ ତୁଳନାରେ ଏହାକୁ କମ ପ୍ରଭାବକାରୀ ବୋଲି ଜାଣିବା ପରେ ୱଣ୍ଡଫୋର ଏହି ବିବାଦୀୟ ଅର୍ଡରକୁ ବାତିଲ କରି ଦିଆଯାଇଥିଲା । ଏଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ଯେ ଆଇସିଏମଆର ଏହି ଯୋଗାଣ ସଂକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା କୌଣସି ଅର୍ଥ ପରିଶୋଧ କରିନାହିଁ । ନିର୍ଦ୍ଧାରିତ ପ୍ରକ୍ରିୟା ପାଳନ କରାଯିବା କାରଣରୁ (ଶତ ପ୍ରତିଶତ ଅଗ୍ରୀମ ଅର୍ଥରାଶି ସହିତ କ୍ରୟ କରାନଯିବା) ଭାରତ ସରକାରଙ୍କର ଗୋଟିଏ ଟଙ୍କା ସୁଦ୍ଧା କ୍ଷତି ହୋଇନାହିଁ ।