ରାଫେଲ ଚୁକ୍ତି ସମ୍ପର୍କୀତ ପ୍ରଶ୍ନ, ରାଗିଗଲେ ମୋଦି
ନୂଆଦିଲ୍ଲୀ(ଏଜେନ୍ସି): ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ସେଠାରେ ପଚରାଯାଇଥିବା ପ୍ରଶ୍ନ ଶୁଣି ପ୍ରଧାନମନ୍ତ୍ରୀ ମୋଦି ରାଗିଯାଇଥିବା ଜଣାପଡ଼ିଛି । ପରେ ପରେ ମୋଦି ପ୍ରଶ୍ନ କରିଥିବା ନ୍ୟୁଜ୍ ଆଙ୍କରଙ୍କ ପ୍ରତି କରିଥିବା ବ୍ୟବହାରକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ମୋଦି ଏବିପି ନ୍ୟୁଜ୍କୁ ସାକ୍ଷାତକାର ଦେବା ସମୟରେ ଆଙ୍କର ଜଣକ ମୋଦିଙ୍କୁ ପ୍ରଶ୍ନ କରିଥିଲେ ଯେ, ରାଫେଲ ଚୁକ୍ତି ଅନୀଲ ଅମ୍ବାନୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥିବା କଥା କ’ଣ ମିଛ? ଦେଶର ପ୍ରଧାନମନ୍ତ୍ରୀ ହିସାବରେ ଏସମ୍ପର୍କରେ କ’ଣ କହିବେ? ଏଭଳି ଏକ ପ୍ରଶ୍ନରେ ମୋଦି ଇତସ୍ତତଃ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ମୋଦି ନିଜ ଉତ୍ତରରେ କହିଥିଲେ ଯେ, ସୁପ୍ରିମ୍କୋର୍ଟ ଉପରେ କ’ଣ ସେମାନେ ଭରସା କରୁନାହାନ୍ତି? ଯଦି ଏବିପି ନ୍ୟୁଜ୍ ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତି ଉପରେ ଭରସା କରୁନାହିଁ, ତେବେ ତା’ଠାରୁ ବଡ ର୍ଦୁଭାଗ୍ୟଜନକ କଥା ଆଉ କିଛିନାହିଁ? ସୁପ୍ରିମକୋର୍ଟଙ୍କ ବ୍ୟତୀତ କ’ଣ ସିଏଜି ରିପୋର୍ଟ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କଥାକୁ ମଧ୍ୟ ବିଶ୍ୱାସ କରିବେ ନାହିଁ? ରାଫେଲ ଡିଲ୍କୁ ନେଇ ବିରୋଧୀ ଗୋଷ୍ଠୀ ଏମିତି ଏକ ମିଛ କହିଛନ୍ତି, ଯାହାର ପ୍ରମାଣ କେହି ଏପର୍ଯ୍ୟନ୍ତ ଦେଇ ପାରିନାହାନ୍ତି । ଏଭଳି ମିଛ କହୁଥିବା ଲୋକଙ୍କୁ ପ୍ରଶ୍ନ କରିବା ପରିବର୍ତ୍ତେ, ତାଙ୍କୁ ଏସବୁ ପ୍ରଶ୍ନ କରୁଛନ୍ତି । ସରକାରଙ୍କ ପକ୍ଷରୁ ରାଫେଲ ଚୁକ୍ତି ଉପରେ ସଂସଦରେ ସବୁକିଛି ଖୋଲାଖୋଲି କୁହାଯାଇସାରିଛି ।