ରାବଣଧାରା ପର୍ଯ୍ୟଟନ ସ୍ଥଳୀ ରେ ସ୍ବଚ୍ଛତା ଅଭିଯାନ ଆରମ୍ଭ କଲା ଏବିଭିପି

ଭବାନୀପାଟଣା,(ଓ୍ବାଇଏନ୍ଏସ୍):ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ,କଳାହାଣ୍ଡି ତରଫରୁ ଅହେଳି ନାମ ରେ ଏକ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲା ରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ ଓ ବଣଭୋଜି ସ୍ଥାନକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ମାନେ ସ୍ୱଚ୍ଛ କରିବା ସହିତ ସଚେତନତା କରିବେ ବୋଲି ସଂଗଠନ ତରଫରୁ ନିଷ୍ପତି ନିଆ ହୋଇଛି ।ତେବେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଭବାନିପାଟଣା ସ୍ଥିଥ ରାବଣ ଧର ଜଳ ପ୍ରପାତ ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଜିଲ୍ଲା ସଂଯୋଜକ ପୁରୁଷୋତ୍ତମ ବିଶି ଏହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା ସହିତ କାର୍ଯ୍ୟକର୍ତ୍ତା ମାନେ ଏହି ସ୍ଥାନ ରେ ସ୍ବଚ୍ଛତା ଅଭିଯାନ ଆରମ୍ଭ କରିଥିଲେ ।ଆଗାମୀ ଦିନରେ ଅହେଳୀ ନାମ ରେ ସମସ୍ତ ପର୍ଯ୍ୟଟନ ସ୍ଥଳୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସଫା କରିବ ବୋଲି ନଗର ସମ୍ପାଦକ ଅଭିଷେକ ନାୟକ ସୂଚନା ଦେଇଛନ୍ତି ।ଏହି ସ୍ବଚ୍ଛତା କାର୍ଯ୍ୟକ୍ରମ ରେ ନଗର କଳା ମଞ୍ଚ ପ୍ରମୁଖ ଭାଗ୍ୟ ବର ନାୟକ,ନଗର ସେବା ପ୍ରମୁଖ ଆନନ୍ଦ ଶବର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ