ରାବଣର ଶେଷ ଇଛା

ରାମାୟଣର ଏକଅଭିନ୍ନ ଅଙ୍ଗ ରାବଣ ତାର ଚିରା ଚରିତଇତିହାସର ଏକପର୍‌ବ ଜନ ମାନସକୁ ଆଣିବାପାଇଁଧୃଷ୍ଟତାକରାଯାଇଛି ।ଯେଉଁରାବଣ ୫୬ଗଣ୍ଡା ଯୁଗ ବଂଚିବାପାଇଁ ବ୍ରହ୍ମାଙ୍କ ଠାରୁବର ପ୍ରାପ୍ତ ହୋଇଥିଲେ । ମାତ୍ର ୪୨ଗଣ୍ଡା ଯୁଗରେସମାପ୍ତ ହେବାରକାରଣ କଣ?ରାଣୀ ମନ୍ଦୋଦରୀର ଅବସ୍ଥାର କିପ୍ରକାର ବ୍ୟବସ୍ଥା ର ପ୍ରଭୁଙ୍କୁ ଭକ୍ତି ପୂବ୍ୱକ ନିବେଦନ କରିଥିଲେ । ଏକଦା ମା ମହାଲକ୍ଷ୍ମୀଙ୍କର ଶ୍ରେଷ୍ଠ ବ୍ରତ ଗୁରୁବାର ବ୍ରତ ପାଇଁ ତରବର ହୋଇ ଯିବା ସମୟରେ ଶ୍ରୀବିଷ୍ଣୁଙ୍କର ଦ୍ୱାର ରକ୍ଷକ ଜୟ ଓ ବିଜୟ ମାତାଙ୍କର ପଥ ଅବରୋଧ କଲେ । ଏତଦ୍ୱାରା ମାତା କ୍ରୋଧିତ ହୋଇଥିଲେ ।ବିଷ୍ଣୁ ମନୋରମା ରମା ,ଏକାନ୍‌ତରେ ସ୍ଥିତି ଏକବେଦ ବାଦୀ ସନକାଦି ।ଅନେକ ଲେଖକଙ୍କ ମତରେ ସନକ,ସନନ୍ଦ, ସନତକୁମାର,ସନତ,ଗଡ଼ୁ,ଆଶୁରୀ,ପଂଚଶିଖ , ଓ କପିଳ ଆଦି ଋଷି ମାନଙ୍କ ଅଭିଶାପ ପାଇଁ ଜୟଓ ବିଜୟ ଅସୁର ଜନ୍ମ ପାଇଥିଲେ ।ବୈକୁଣ୍ଠ ନମାନୁ ଆମ୍ଭେ ,ବୈକୁ ଣ୍ଠେ ପାଳିତ ।ବୈକୁଣ୍ଠ ଦ୍ୱାରସ୍ଥ ଜୟ ବିଜୟ ଆମେ ବେନିଭାଇ ,ବିରୋଧୁ ବିରୋଧୁ ଦ୍ୱାର ଆରେ ,ଅମାନୁଷେ ମାନିରେ ପ୍ରଭୁଙ୍କ ଉଦ୍ଭବ କଲ ଭାଇ ବେନିରେ ।ବୋଇଲେ ସୁର ସୁରମହା ବେନି ଭ୍ରାତରେ, ବୋଲାଇବ ବିଷ୍ଣୁଦାସ ଏ ଦୈବ କୃତ୍ୟରେ ।ସେଥି ଉତାରୁ ଜୟ ଓ ବିଜୟ ମୁରା, ଦାରୁଣ, ରାବଣଓକୁମ୍ଭକର୍ଣ ,ଶାଲ୍ୱ ଓ ଶିଶୁପାଳ ନାମରେ ଧରା ପୃଷ୍ଟରେ ଅବତୀଣ୍ଣ ହୋଇଥିଲେ । ସତୀ ସ୍ୱାଧୀ ନାରୀମାନଙ୍କର ଅଭିଶାପ ତୁରନ୍ତ ଫଳି ଯାଇଥାଏ ।ପ୍ରବାଦ ଅଛି ସାମାନ୍ୟ ନୁହେଁ ପତି ବ୍ରତାର ମହିମା ,ରଖାଇଦିଏନାହିଁ କାହାରି ଗରିମା । ପ୍ରତାପି ରାବଣ ମାତା ସୀତାଙ୍କୁ ପଂଚବଟିରୁ ଚୋରାଇ ନେଇ ମର୍‌ଯ୍ୟଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କର ଶତ୍ରୁତା ଆଚରଣ କରିଲେ । ରାମଚନ୍ଦ୍ର,ହନୁମାନ,ସୁଗ୍ରୀବ,ଜମ୍ବୁବାନ,ଅଙ୍ଗଦ,ନଳନୀଳଓଅନ୍ୟାନ୍ୟ କପି ମାନଙ୍କୁ ସେତୁବନ୍ଧ ପ୍ରତିଷ୍ଠା କରି ରାବଣ ବିରୁଧ୍‌ରେ ଯୁଧ୍ଧ କଲେ ।ଏ ମହା ସମରରେ ରାବଣ ମହା ପ୍ରତାପୀ ପୁତ୍ର ମେଘନାଦ, ପ୍ରହସ୍ଥ, ଓଭ୍ରାତା କୁମ୍ଭକର୍ଣ ଆଦିଙ୍କର ମୃତ୍ୟୁ ଘଟିଲା ।ଶେଷରେ ପ୍ରତାପୀ ରାବଣ ଶ୍ରୀରାମ ସହ ସମର ପାଇଁ ରଣାଙ୍ଗୀନ ହେଲେ ।ପ୍ରଭୁ ରାମଚନ୍ଦ୍ର ଭଲ୍ଲୁକି ବାଣରେ ରାବଣର ଶିର କାଟିଲେ ମଧ୍ୟ ରାବଣର ଶିର ବାରମ୍ବାର ଯୋଡ଼ି ହୋଇଯାଉଥାଏ ।ତାପରେ ରାବଣର ନାଭି କୁ ଲକ୍ଷ୍ୟ ଭେଦକରି ଅମୃତ କୁଣ୍ଡକୁ ଶୁଖାଇ ଦେଲେ ଏବଂ ବ୍ରହ୍ମଶର ଦ୍ୱାରା ରାବଣ ମୋକ୍ଷ ପ୍ରଦାନ କଲେ ।ସନ୍ଥ ତୁଳସୀ ଦାସକହେ-ଯାସୁ କୃପାସୁଭ୍ରମ ମିଟିଯାଇ ,ଗିରିଜାଶୋଇକୃପାଳୁ ରଘୁରାଇ ।ଜଗତ୍ ପ୍ରକାଶ ପ୍ରକାଶ କରାସୁ ,ମାୟାଧୀଶ ସକଲ ଗୁଣଧାସୁ ।ପ୍ରଭୁ ଧୀରେଧୀରେ ରାବଣ ପାଖକୁ ଯାଇ ତାର ଶେଷ ଇଛା ପୂରଣ କରିବାକୁ ରାବଣକୁ କହିଥିଲେ ।ରାବଣ ମୃତ୍ୟୁ ମୂଖରେ ଥାଇ ଶ୍ରୀରାମଙ୍କୁ ଭସ୍‌ଛନାକରି ଥିଲେ ତୁମେ ବାସହରା,ପତ୍ନୀ ହରାଓ ରାଜ୍ୟହରା ଅକାରଣେ ମୋତେହତ୍ୟା କରିଛ ।ଦଣ୍ଡେ ନିମିଷ ଥିଲେ ପ୍ରାଣ ,ନେଇ ନପାରେ ଜନ୍ତୁରାଣ ।ହେପ୍ରଭୁ ଦୟା ପୂର୍ୱକ କୁହନ୍ତୁ ବ୍ରହ୍ମାମୋତେ ୫୬ଗଣ୍ଡାଯୁଗ ବର ଦେଇଥିଲେ ।ଏବେ କେତେ ଗଣ୍ଡା ଯୁଗ ହୋଇଛି ମୋତେ ହତ୍ୟାକଲ କିପରି?୫୬ଗଣ୍ଡା ଯୁଗ ବ୍ରହ୍ମା ଦେଇଥିଲେ ବର ,୪୨ଗଣ୍ଡା ଯୁଗ ଆୟୁ ମୋର କେଉଁଆଡ଼େ ଗଲା ,ରଘୁପତି ଶ୍ରୀରାମ ଉତର ଦିଅନ୍ତୁ ଭଲା ।ପ୍ରଭୁ ଉତର ରଖିଲେ ହେ ରାବଣ ତୋର ସବୁ କଲା କର୍ମର ପତ୍ର ଦେଖିଛି -ପାପଭାରାରେ ତୋର ଆୟୁ କମିଛି ।ଅଗ୍ନିଧ ଗରଦ ଶ୍ଚୈବ ଶସ୍ତ୍ରବାଣୀ ଧନାପ୍ରହା କ୍ଷେତ୍ରଦାରା ବୃହଦାଛ ।ତୁମେ ଦୋଷ ପରେ ଦୋଷ କରିଛ ।ଅଗ୍ନି ଲଗାଇବା ,ବିଷଦେବା ,ଧନଯୋରଜବରଦସ୍ତ ଛଡ଼ାଇବା ,ପର ସ୍ତ୍ରୀ ହରଣ କରିବା ,ଅସ୍ତ୍ରଧରି ପରରଜୀବନ ନେବା ଓ ଅନ୍ୟଘର ଯୋର ଜବରଦସ୍ତ ଛଡ଼ାଇନେବା ।ରାବଣ ଯୁକ୍ତି ବା ଢିଲା ପ୍ରଭୁ ମୁଁ ମାତ୍ର ଗୋଟିଏ ଦୋଷ କରିଛି ଆଉ ସେଇଟା ହେଲା ସୀତା ହରଣ ।ଏ ଚୋରୀ ପାଇଁ ସୀତା ନିଜେ ହିଁ ଦାୟୀ ।ହେ ସୀତା ଜଙ୍ଗଲରେ କିଛି ଅପୂବ୍ର ଦ୍ରବ୍ୟ ମାଗିବୁ ନାହିଁ ବୋଲି କୌଶଲ୍ୟା ଆସିବା ବେଳରେ ସୀତାଙ୍କୁ କହିଲେ । ଏତିକି ସମୟରେ ରାବଣ ପନ୍ନୀ ମନ୍ଦଦୋରି ସ୍ୱାମୀ ପାଖରେ କାନ୍ଦିବାକୁ ଲାଗିଲେ ହେ ନାଥ ମୋତେ ବୈଧବ୍ୟ ଯନ୍ତ୍ରଣା ରେ ଅସତୀ କରାଇଲ ।ସ୍ୱାମୀ ଚରଣେ ସରବତୀର୍ଥ .,ତୀର୍ଥଭ୍ରମଣେନାରିବ୍ୟର୍ଥ ।ନିଜକର୍ମଫଳ ଭୋଗକରେ ନର, ଏଡ଼ିନପାରନ୍ତିବ୍ରହ୍ମାହରିହର ।ମର୍ମାହତ ରାବଣ ଶ୍ରୀରାମଙ୍କୁ ପ୍ରାଥନା କଲେ-କି ମାଗିବି ନମାଗିବି ନଜାଣଇ ,କି ତୋତେମାଗିବିହରି ।ଶେଷ ବେଳେ ମୋତେ ପାରି କରିଦେବୁଏତିକି ମାଗେ ଗୁହାରୀରେ ହରି —–ସତୀ ହୋଇବମୋ ମନ୍ଦଦରୀରେ ।ପ୍ରଭୁ ଶ୍ରୀରାମ ରାବଣର ଶେଷ ଇଛାକୁ ସମ୍ମା ଦେଇ ରାବଣକୁ ମୋକ୍ଷ ଓ ମନ୍ଦଦରୀକୁ ତାରା ,ଅହଲ୍ୟା, ସହିତସତୀ ରୂପେ ଆଖ୍ୟାୟିତ କରିଥିଲେ ।
ପଣ୍ଡିତ ହରେକୃଷ୍ଣପତି
୯୯୩୮୫୧୬୪୯୬

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ