‘ରାବଣ ପଢିବ ରାମାୟଣ’ ପୌରାଣିକ ନାଟକ ମଞ୍ଚସ୍ଥ

କୋଦଳା:(ଗୁଲସନ୍ କୁମାର କର) ଆଧୁନିକ ଯୁଗରେ ପୌରାଣିକ କଥାବସ୍ତୁ ଧିରେଧିରେ ଲୋପ ପାଈ ଯାଉଥିବା ବେଳେ, ମା ଦକ୍ଷିଣ କାଳୀ ଯୁବକ ସଂଘ ଏହି ପୌରାଣିକ କଥାବସ୍ତୁ କୁ ସାଧାରଣ ଲୋକଙ୍କ ଭିତରେ ବଞ୍ଚାଈ ରଖିବା ପାଇଁ ଏକ ପୌରାଣିକ ନାଟକର ମଞ୍ଚସ୍ଥ କରିଛନ୍ତି। ଏହି କ୍ରମରେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ବୁରୁଝରି ଗ୍ରାମ ପଞ୍ଚାୟତର ନୁଆଗାଁ କାଳୀ ମନ୍ଦିର ମେଳନ ପଡିଆ ଠାରେ ମା ଦକ୍ଷିଣ କାଳୀ ଯୁବକ ସଂଘ ତରଫରୁ ଏକ ପୌରାଣିକ ନାଟକ (ରାବଣ ପଢିବ ରାମାୟଣ ) କାର୍ଯ୍ୟକ୍ରମ ଉଦଘାଟନ ହେଇଥିଲା । ଏହି ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ଡାକୁଆ ଉଦଘାଟନ କରିଥିଲେ। ଅନ୍ୟ ଅତିଥିଭାବେ ନାଟ୍ୟକାର ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତି, ସମ୍ମାନିତ ଅତିଥିଭାବେ ନବଘନ ନାୟକ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ତ୍ରିନାଥ ନାୟକ, ଯୁବ ଡାକ୍ତର ଜୟଦେବ ନାୟକ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ସମାଜସେବୀ ପ୍ରକାଶ କୁମାର ଜେନା । ଏହି
ପୌରାଣିକ କଥାବସ୍ତୁ କୁ ଦକ୍ଷିଣ କାଳୀ ଯୁବକ ସଂଘ ର ମୁଖ୍ୟ ଶ୍ରୀଯୁକ୍ତ ବିନୋଦ କୁମାର ଜେନା (ଦାମ ଭାଈ ) କଂ ଦ୍ଵାରା ପରିଚାଳନା କରାଯାଈଥିଲା । ପ୍ରବଳ ଗ୍ରୀଷ୍ମ ର ଗୁଳୁଗୁଳି ସତ୍ତ୍ୱେ ସ୍ଥାନୀୟ ଅଞ୍ଚଳରୁ ବହୁ ସଂଖ୍ୟାରେ ସଂସ୍କୃତି ପ୍ରେମୀ ଓ ଜନସାଧାରଣ ଯୋଗଦେଇ ମଞ୍ଚସ୍ଥ ନାଟକ କୁ ମନଭରି ଉପଭୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ