ରାମକୃଷ୍ଣପୁରରେ ରାମଚରିତ ମାନସ ନବାହ୍ନ ପାରାୟଣ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ଆନନ୍ଦ ବଜାର ଆଖଣ୍ଡଳମଣି ପୀଠରେ ୯ଦିନ ଧରି ରାମ ଚରିତ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଦିନ ପ୍ରବଚନ କାର୍ଯ୍ୟକ୍ରମ, ନାମ ସଂକୀର୍ତ୍ତନ ସହିତ ରାମ, ଲକ୍ଷ୍ମଣ, ସୀତାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥିଲେ । ପ୍ରବଚକ ଭାବେ ପୁରୁଷୋତ୍ତମ ଦାସ ମହାରାଜ, ବ୍ୟାସ ସନ୍ଥ କମଳଲୋଚନ ଦାସ ମହାରାଜ, ଗୋପାଳ ଦାସ ମହାରାଜ ଯୋଗ ଦେଇଥିଲେ । ଆଚାର୍ଯ୍ୟ ବଳରାମ ଦାସ, ଜଗନ୍ନାଥ ପଣ୍ଡା, ଧରଣୀ ପଣ୍ଡା, ନାରାୟଣ ମିଶ୍ର, ପୂଜା କାର୍ଯ୍ୟ ସଂପାଦନା କରିଥିଲେ । କାର୍ଯ୍ୟକ୍ରମରେ ରାମକୃଷ୍ଣପୁର ପଞ୍ଚାୟତର ସମସ୍ତ ଭକ୍ତ ସହଯୋଗ କରିଥିବା ବେଳେ ଉଦ୍ଯାପନୀ ଦିବସରେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।


