ରାମକୃଷ୍ଣ ମେମୋରିଆଲ ଭଲିବଲ ଉଦଯାପିତ  

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ୭ ଦିନ ଧରି ଚାଲିଥିବା ରାମକୃଷ୍ଣ ମେମୋରିଆଲ ଭଲିବଲ ଟୁର୍ନାମେଣ୍ଟ ଗୁରୁବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି ।  ଉଦଯାପନୀ ସମାରୋହରେ ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାମ୍ପିୟନ ଓ ରନର୍ସଅପ୍ ଉଭୟ ଦଳର ଖେଳାଳୀମାନଙ୍କୁ  ପୁରସ୍କାର ବିତରଣ କରିଥିଲେ । ଖବରନୁଯାୟୀ , ଦିଗପହଣ୍ଡି ଖେମୁଣ୍ଡି ଭଲିବଲ ସ୍ପୋର୍ଟି କ୍ଳବ ଆନୁକୂଲ୍ୟରେ  ଟୁର୍ନାମେଣ୍ଟର ଉଦଘାଟନ ହୋଇଥିବା ଗୁରୁବାର  ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଟୁର୍ନାମେଣ୍ଟ ର ପ୍ରଥମାର୍ଦ୍ଧରେ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ଯକ୍ଷ ପ୍ରଫୁଲ୍ଲ ପଣ୍ଡା , ଉପାଧ୍ୟକ୍ଷା କେ . ପୂଜା , କାଉନସିଲର ସୁନୀଲ ପଣ୍ଡା ଙ୍କ ସମେତ ବହୁ କାଉନସିଲର  ଯୋଗଦେଇ ଭଲିବଲ ଖେଳାଳୀ ସ୍ବର୍ଗତ ରାମକୃଷ୍ଣଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବ୍ରହ୍ମପୁରର ପାୱାର ସିକ୍ସ ଭଲିବଲ ଟିମ୍ ଓ ଗଜପତି ଜିଲ୍ଲାର ଏଗାରସିଙ୍ଗି ଗ୍ରାମ ଭଲିବଲ ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦୁଇଟି ସେଟ ବ୍ରହ୍ମପୁର ଟିମ୍ ବିଜୟୀ ହୋଇଥିବା ବେଳେ ପରବର୍ତ୍ତୀ ଲଗାତାର ଭାବେ ତିନୋଟି ମ୍ୟାଚ ଏଗାରସିଙ୍ଗି ଭଲିବଲ ଟିମ୍ ବିଜୟୀ ହୋଇ  ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା। ଆୟୋଜିତ ପୁରସ୍କାର ବିତରଣ ସମାରୋହରେ  କୁରେଶୁ ମହାରଣା ଅଧ୍ୟକ୍ଷତା କରିଥିଲେ । ଉଦଯାପନୀ ଉତ୍ସବରେ ସାନଖେମୁଣ୍ଡି ବିଧାୟକ ଯୋଗଦେଇ  ବିଜେତା ଦଳକୁ ୩୧ ହଜାର ଟଙ୍କା ଓ ପରାଜିତ ଦଳକୁ ୨୧ ହଜାର ଟଙ୍କା  ସହ ଟ୍ରଫି ପ୍ରଦାନ କରିଥିଲେ । ଏହିପରି ଟୁର୍ନାମେଣ୍ଟରେ ଉଭୟ ଦଳର ଶ୍ରେଷ୍ଠ ଖେଳାଳୀମାନଙ୍କୁ  ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।  ମ୍ଯାଚରେ ନୂଆପଡ଼ା ହାଇସ୍କୁଲ କ୍ରୀଡା ଶିକ୍ଷକ ଜଗନ୍ନାଥ ପ୍ରସାଦ ରେଫେରୀ ଦାୟିତ୍ଵ ତୁଲାଇଥିବା   ବେଳେ ଟୁ ର୍ନା ମେଣ୍ଟ ଆୟୋଜକ କମିଟି   ସଭାପତି ତଥା କାଉନସିଲର ଦୀପକ କୁମାର ମିଶ୍ର , ସମ୍ପାଦକ ବିକାଶ ପଶୁପାଳକ , କୋଷାଧ୍ୟକ୍ଷ କେ . କୁନା ,  ଶିବଶଙ୍କର ମହାଙ୍କୁଡ , ଏ . ଗୋବିନ୍ଦ  , ବାରିକ ବେହେରା , ନରେନ୍ଦ୍ର ସାହୁ , ଆର୍ . ମୁନା , ଶିବଶଙ୍କର ବେହେରା , ଶିବାଶିଷ ବିଷୋୟୀ , ଲୋକନାଥ ପାଣିଗ୍ରାହୀ , ଏ . ସାକିିିିଲି , ଶିବରୁଦ୍ର ନାୟକ ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା   ରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ