ରାମକୋ ସିମେଣ୍ଟ କାରଖାନାରେ ଦୁର୍ଘଟଣା

ଯାଜପୁର – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁରରେ ଥିବା ରାମକୋ ସିମେଣ୍ଟ କାରଖାନାରେ ଦୁର୍ଘଟଣା । ନିର୍ମାଣାଧୀନ ଷ୍ଟ୍ରକଚରରୁ ଖସିପଡି ଜଣେ ଶ୍ରମିକ ଗୁରୁତର ହୋଇପଡିଛନ୍ତି । ଗୁରୁତର ଶ୍ରମିକ ଙ୍କୁ କଟକ ଏସସିବି ସ୍ଥାନାନ୍ତରିତ କରାଯାଇଥିବାବେଳେ ଶ୍ରମିକ ଜଣକ ବିହାର ଅଞ୍ଚଳର ବୋଲି ଜଣାପଡିଛି । ଘଟଣାକୁ ନେଇ କାରଖାନା ପରିସରରେ  ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଆହତ ଶ୍ରମିକ ଏଲ୍ ଆଣ୍ଡ ଟି ଅଧିନରେ ଥିବା ଠିକାସଂସ୍ଥାରେ କାମ କରୁଥିବା ଜଣାପଡିଛି । ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ଧର୍ମଶାଳା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ