ରାମଗିରି ବ୍ଲକ ଗଠନ ପାଇଁ ଦାବି ଜୋର ଧରିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାମଗିରିକୁ ବ୍ଲକ ଗଠନ କରିବା ପାଇଁ ଦାବି ଜୋର ଧରିଲା. ରାମଗିରି ଗ୍ରାମ ପଞ୍ଚାୟତ ସ୍ଥିତ ମିନି ଷ୍ଟାଡିୟମ ଠାରେ ରାମଗିରିକୁ ନୂତନ ବ୍ଲକ ତଥା ନୂତନ ପଞ୍ଚାୟତ ସମିତି ଗଠନ କରିବା ନିମନ୍ତେ ପୁଣି ୧୧ ଗୋଟି ପଞ୍ଚାୟତବାସୀ ଏକତ୍ରିତ ହେଲେ. ନୂତନ ବ୍ଲକ ଗଠନ କମିଟି ସଭାପତି ତାରିଣୀ ଚରଣ ଗୌଡ଼ଙ୍କ ସଭାପତିତ୍ୱରେ ୨ୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି କ୍ଷ ସରକାର ବଦଳିବା ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ନୂତନ ପଞ୍ଚାୟତ ସମିତି ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ କ୍ଷ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ନୂତନ ବ୍ଲକ ଗଠନ ସୁଯୋଗ କଥା ଶୁଣିବା ଦିନଠୁ, ପ୍ରତି ବ୍ଲକର ପଞ୍ଚାୟତ ଗୁଡିକ ଖୁବ ଚଳଚଞ୍ଚଳ ସହ ସ୍ଥାନେସ୍ଥାନେ ବୈଠକ ଓ ଆଲୋଚନା ଜାରିରହିଥିବା ଦେଖିବାକୁ ମିଳିଛି । ସେଇ ପରିପେକ୍ଷୀରେ ରା ଉଦୟଗିରି ବ୍ଲକରୁ ପୃଥକ ହୋଇ, ରାମଗିରି ବ୍ଲକ ଗଠନ ଲାଗି ଗତ ଜାନୁୟାରୀ ୧୨ ତାରିଖରେ ଅଞ୍ଚଳର ୧୧ ଗୋଟି ପଞ୍ଚାୟତର ପ୍ରାୟ ୧୫୦ ଲୋକଙ୍କୁ ନେଇ ଗୋଟିଏ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏ ଖବର ପ୍ରସାରିତ ହେବାପରେ ଅଞ୍ଚଳରୁ ବିଶାଳ ସଂଖ୍ୟାରେ ଜନ ସାଧାରଣ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି। ତେବେ ପୂର୍ବ ବୈଠକରେ ନିର୍ବାଚିତ କମିଟି ଦ୍ବାରା ଏକ ଜନ ସଭା ଆୟୋଜିତ ହୋଇଥିଲା । ଯେଉଁଥିରେ ଆଞ୍ଚଳର ସମସ୍ତ ବୁଦ୍ଧିଜୀବୀ ମାନଙ୍କ ସମର୍ଥନ ସହ ସହଯୋଗ ଥିବା ପ୍ରକାଶ କରିଥିଲେ। ୧୧ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ,ଜିଲ୍ଲାପରିଷଦ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ଓ୍ବାର୍ଡ ସଭ୍ୟ ମାନଙ୍କର ମଧ୍ୟ ମତାମତ ପ୍ରକାଶ ପାଇଛି। ଏହି କାର‌୍ୟ୍ୟକ୍ରମରେ ୭୦୦ରୁ ଉର୍ଦ୍ଧ ଜନସାଧାରଣଙ୍କ ଉପସ୍ଥିତ ସହ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପୋଲିସ ପ୍ରଶାସନ ମଧ୍ୟ ମୁତୟନ ଥିବା ଦେଖିବାକୁ ମିଳିଛ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ