ରାମଙ୍କ ବିନା ଅଯୋଧ୍ୟା ଅସମ୍ଭବ : ରଷ୍ଟ୍ରପତି

ଅଯୋଧ୍ୟା, (ୱାଇଏନ୍‌ଏସ୍‌): ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଦିନ ରାମନଗରୀ ଅଯୋଧ୍ୟାରେ ରାମାୟଣ କନ୍‌କ୍ଲେଭର ଉଦ୍‌ଘାଟନ ସହ ଅଯୋଧ୍ୟାର ପର୍ଯ୍ୟଟନ ବିକାଶର କେତେକ ଯୋଜନାର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି । ଏହାପରେ ହନୁମାଗଡ଼ିରେ ଦର୍ଶନ, ପୂଜା ପରେ ରାଷ୍ଟ୍ରପତି ଶ୍ରୀରାମ ଜନ୍ମଭୂମି ପରିସରରେ ପହଂଚିଥିଲେ । ସେଠାରେ ସେ ରାମଲାଲାଙ୍କ ଦର୍ଶନ କରି ପତ୍ନୀ ସବିତା କୋବିନ୍ଦଙ୍କ ସହିତ ରାମଲାଲାଙ୍କ ଆରତି କରିଥିଲେ । ଏହି ସମୟରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍‌, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦୁଇ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଡା. ଦିନେଶ ଶର୍ମା ଏବଂ ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଡା. ନୀଳକଣ୍ଠ ତିୱାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଅଯୋଧ୍ୟାର ରାମକଥା ପାର୍କରେ ରାମାୟଣ କନ୍‌କ୍ଲେଭର ଉଦଘାଟନ ସମାରୋହକୁ ସମ୍ବୋଧିତ କରିବା ସହ ରାଷ୍ଟ୍ରପତି କହିଛନ୍ତି ଯେ ରାମଙ୍କ ବିନା ଅଯୋଧ୍ୟା ଅସମ୍ଭବ । ଅଯୋଧ୍ୟା ସେଠାରେ ଯେଉଁଠାରେ ରାମ ଅଛନ୍ତି । ଏଠାରେ ପ୍ରଭୁ ରାମ ସବୁସମୟ ପାଇଁ ବିରାଜମାନ ଅଟନ୍ତି । ଏଥିପାଇଁ ଏହି ସ୍ଥାନ ପ୍ରକୃତ ଅର୍ଥରେ ଅଯୋଧ୍ୟା ଅଟେ ।ରାଷ୍ଟ୍ରପତି କହିଛନ୍ତି ଯେ ଅଯୋଧ୍ୟାର ଶାବ୍ଦିକ ଅର୍ଥ ଅଟେ, ଯାହା ସହ ଯୁଦ୍ଧ କରିବା ଅସମ୍ଭବ । ସେ କହିଛନ୍ତି ଯେ ରଘୁ, ଦିଲ୍ଲୀପ, ଅଜ, ଦଶରଥ ଏବଂ ରାମଙ୍କ ପରି ରଘୁବଂଶୀ ରାଜାମାନଙ୍କ ପରାକ୍ରମ ଏବଂ ଶକ୍ତି କାରଣରୁ ତାଙ୍କ ରାଜଧାନୀକୁ ଅପରାଜେୟ ମାନିବାକୁ ହୁଏ । ଏଥିପାଇଁ ଏହି ନଗରୀର ଅଯୋଧ୍ୟା ନାମ ସାର୍ଥକ ଅଟେ ।ସେ କହିଲେ ଯେ ରାମାୟଣରେ ଦର୍ଶନ ସହିତ ଆଦର୍ଶ ଆଚାର ସଂହିତା ମଧ୍ୟ ଉପଲବ୍ଧ ଅଟେ, ଯିଏ ଜୀବନର ପ୍ରତ୍ୟେକ ପକ୍ଷରେ ଆମର ମାର୍ଗଦର୍ଶନ କରନ୍ତି । ସନ୍ତାନର ମାତା-ପିତାଙ୍କ ସହ ଭାଇର ଭାଇର ସହିତ, ପତିର ପତ୍ନୀ ସହିତ, ଗୁରୁର ଶିଷ୍ୟ ସହିତ, ମିତ୍ରର ମିତ୍ର ସହିତ, ଶାସକର ଜନତା ସହିତ ଏବଂ ମାନବର ପ୍ରକୃତି ଏବଂ ପଶୁ-ପକ୍ଷୀଙ୍କ ସହିତ କିପରି ଆଚରଣ ହେବା ଦରକାର, ଏହି ସମସ୍ତ ଉପରେ ରାମାୟଣରେ ଉପଲବ୍ଧ ଆଚାର ସଂହିତା, ଆମକୁ ଠିକ୍ ବାଟରେ ନେଇଯାଇପାରେ ।
ରାଷ୍ଟ୍ରପତି କହିଛନ୍ତି ଯେ ରାମଚରିତ ମାନସରେ ଏକ ଆଦର୍ଶ ବ୍ୟକ୍ତି ଏବଂ ଏକ ଆଦର୍ଶ ସମାଜର ବର୍ଣ୍ଣନା ମିଳେ । ରାମରାଜ୍ୟରେ ଆର୍ôଥକ ସମୃଦ୍ଧି ସହିତ ଆଚରଣର ଶ୍ରେଷ୍ଠତା ବହୁତ ସହଜ ଏବଂ ହୃଦୟଗ୍ରାହୀ ବିବରଣୀ ମିଳେ- ‘ନହିଁ ଦରିଦ୍ର କୋଉ, ଦୁଖୀ ନ ଦୀନା । ନହିଁ କୋଉ ଅବୁଦ୍ଧ, ନ ଲଚ୍ଛନ ହୀନା ।’ ଏହି ଅଭାବ ମୁକ୍ତ ଆଦର୍ଶ ସମାଜରେ ଅପରାଧର ମାନସିକତା ବିଲୁପ୍ତ ହୋଇଥିଲା । ଦଣ୍ଡ ବିଧାନର ଆବଶ୍ୟକତା ନଥିଲା । କୌଣସି ପ୍ରକାର ଭେଦ-ଭାବ ନଥିଲା । ରାଷ୍ଟ୍ରପତି ରାମଚରିତ ମାନସର ଚୌପାହିର ଉଦାହରଣ ଦେଇଥିଲେ- ‘ଦଣ୍ଡ ଜତିହ୍ନ କର ଭେଦ ଜହାଁ, ନର୍ତକ ନୃତ୍ୟ ସମାଜ । ଜୀତହୁ ମନହି ସୁନିଅ ଅସ, ରାମଚନ୍ଦ୍ର କେ ରାଜ ।’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ