ରାମଚଣ୍ଡି କୃଷକ ସଭା ପକ୍ଷରୁ ଦାବୀ ହାସଲ ପାଇଁ ବିକ୍ଷୋଭ ଓ ପ୍ରତିବାଦ ସଭା

କେନ୍ଦ୍ରାପଡା, (ଯୁଗାଦ୍ଦ ନ୍ୟୁଜ) – ମହାକାଳପଡା ବ୍ଲକ ଅନ୍ତର୍ଗତ ବତୀଘର ରାମଚଣ୍ଡି କୃଷକ ସଭା ପକ୍ଷରୁ ୪ଦଫା ଦାବି ହାସଲ ନିମନ୍ତେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ଅଧିକାର ଆଇନରେ କରାଯାଇଥିବା ଅପିଲ ମାମଲା ଗୁଡିକର ତୁରନ୍ତ ଫଇସଲା କରାଯିବା,ଜଙ୍ଗଲ ବିଭାଗ ପକ୍ଷରୁ କନ୍ଧାଚାଷୀଙ୍କ ଉପରେ କରାଯାଉଥିବା ଅନ୍ୟାୟ ଆକ୍ରମଣକୁ ବନ୍ଦ କରାଯିବା,ରାଜ୍ୟ ସ୍ତରୀୟ ମନିଟରିଂ କମିଟିର ପତ୍ର ସଂଖ୍ୟା ୧୭୧୪୯ତା ୨୫.୦୮.୨୦୧୫ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଜଙ୍ଗଲ ଅଧିକାର ନିୟମର ଧାରା ୪ ଓ ଉପଧାରା ୫ ଅନୁଯାଇ କନ୍ଧା ଚାଷୀମାନଙ୍କୁ ମାମଲାର ବିଚାର ସମୟ ମଧ୍ୟରେ ଉଛେଦ ନକରିବା ପାଇଁ ଜଙ୍ଗଲ ବିଭାଗକୁ ନିର୍ଦେଶ ଦେବା ପ୍ରଭୃତି ଦାବିରେ ସି.ପି.ଆଇ.ର ଜିଲ୍ଲା ସାଧାରଣ ସମ୍ପାଦକ ତଥା ଆଇନଜୀବି ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ରାମଚଣ୍ଡି କୃଷକ ସଭାର ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ସାହୁ,ହରେକୃଷ୍ଣ ସାମଲ,ଧନେଶ୍ୱର ସାମଲ,ଜଗନ୍ନାଥ ବେହେରା,ବସନ୍ତ କୁମାର ,ଗୋବିନ୍ଦ ଚନ୍ଦ୍ର ମହାରଣା,ଧିରେନ୍ଦ୍ର କୁମାର ସାମଲ,ସୁବାଷ ମହାପାତ୍ର ପ୍ରମୁଖ ଶତାଧିକ କୃଷକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରତିବାଦ ସଭା କରିଥିଲେ । ଏହାପରେ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଦାବି ଗୁଡିକର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ସେହି ଦାବୀ ଗୁଡିକ ପୁରଣ ନିମନ୍ତେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ପ୍ରଶାସନକୁ ଚେତାବନୀ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ