ଦୁଇଥାକିଆ ରାସ୍ତା କାର୍ଯ୍ୟ ର ଶୁଭାରମ୍ଭ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଛତ୍ରପୁର ନିକଟ ପ୍ରସିଦ୍ଧ ମା ରାମଚଣ୍ଡୀ ଦେବୀ ପୀଠ କୁୁ ଦୁଇ ଥାକିଆ ରାସ୍ତା କାମର ଶୁଭାରମ୍ଭ ହୋଇଛି କ୍ଷ ଆଜି କାମ ଆରମ୍ଭ ବେଳେ ପୂର୍ତ୍ତବିଭାଗ ଅଧିକ୍ଷୀଣଯନ୍ତ୍ରୀ ବିନୋଦ କୁମାର ପାଢ଼ୀ ଉପସ୍ଥିତ ଥିଲେ କ୍ଷ ନିର୍ବାହୀଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ ପୂଜାର୍ଚନା କରି କାର‌୍ୟ୍ୟ ର ଶୁଭାରମ୍ଭ କରିଥିଲେ କ୍ଷ ଏହି ରାସ୍ତା ପାଇଁ ୨କୋଟି ୫୦ଲକ୍ଷ ଟଙ୍କା ମଂଜୁର ହେବା ସହ ଟେଣ୍ଡର ହୋଇଥିଲା କ୍ଷ ପୂର୍ବରୁ ଏହି ରାସ୍ତା ର ଶିଳାନ୍ୟାସ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ କ୍ଷ ରାସ୍ତା ର ଓସାର ୯ମିଟର ଅର୍ଥାତ ୨୩ଫୁଟ ହେବ ବୋଲି ବିଭାଗ କହିଛି କ୍ଷ ଦୀର୍ଘ ଦିନ ଧରି ଏହି ପୀଠ ପାଇଁ ସ୍ଥାୟୀ ଏବଂ ଉଚ୍ଚମାନର ରାସ୍ତା ନଥିବାରୁ ଭକ୍ତ ଏବଂ ପର‌୍ୟ୍ୟଟକ ଯିବା ଆସିବାରେ ଅସୁବିଧା ହେଉଥିଲା କ୍ଷ ବର୍ତ୍ତମାନ ଏହି ରାସ୍ତା ହେବା ଦ୍ୱାରା ବହୁ ଭକ୍ତ ଏବଂ ପର‌୍ୟ୍ୟଟକ ଆସିବା ସଂଭାଵନା ସୃଷ୍ଟି ହୋଇଛି କ୍ଷ ପୂର୍ତ୍ତବିଭାଗ ଏହି ରାସ୍ତା ପାଇଁ କାର‌୍ୟ୍ୟ ଆରମ୍ଭ କରିଥିବାରୁ ମନ୍ଦିର କମିଟି ପକ୍ଷରୁ ରାଜ୍ୟସରକାର ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇବା ସହ ବିଭାଗ କତ୍ତୃପକ୍ଷ ଙ୍କୁ କୃତଜ୍ଞତା ଜଣାଇଛନ୍ତି କ୍ଷ ଆଜିର ଏହି କାର‌୍ୟ୍ୟ ଆରମ୍ଭ ବେଳେ ଛତ୍ରପୁର ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଜି ରାଜଗୋପାଳ, ସହକାରୀ ଯନ୍ତ୍ରୀ ଏସ କେ ବେହେରା ଙ୍କ ସମେତ ମନ୍ଦିର କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ କ୍ଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ