ରାମଚଣ୍ଡୀ ପୀଠ ସୈାନ୍ଦର୍ଯ୍ୟକରଣର ଭିତିପ୍ରସ୍ତର ବ୍ୟୟ ଅଟକଳ ୧୭କୋଟି

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଶନିବାର ପୂର୍ବାହ୍ନରେ ରାମଚଣ୍ଡୀ ପୀଠ ସୈାନ୍ଦର୍ଯ୍ୟକରଣର ଶିଳାନ୍ୟାସ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ପୁରୀ-କୋଣାର୍କ ବେଳାମାର୍ଗ ମା ରାମଚଣ୍ଡୀ ପୀଠକୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ହାତକୁ ନେଇଛନ୍ତି । ରାମଚଣ୍ଡୀ ପୀଠ ସୈାନ୍ଦର୍ଯ୍ୟକରଣ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଯୋଜନା ମାଧ୍ୟମରେ ୧୭କୋଟି ବ୍ୟୟ ଅଟକଳରେ ଏହାର ଶୁଭ ଶିଳାନ୍ୟାସ ହୋଇଛି । ଆସନ୍ତା ୬ମାସରେ ଏହାର ଶୁଭ ଉଦଘାଟନ ହେବ ବୋଲି କହିଥିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଅନ୍ୟମାନଙ୍କ ମଧ୍ୟରେ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ତରକୋର ପଂଚାୟତ ସମିତି ସଭ୍ୟ କାଶିନାଥ ନାୟକ ପ୍ରମୁଖ ଯୋଗଦେଇଥିଲେ । ଚନ୍ଦ୍ରଭାଗା ସ୍ୱର୍ଣାଭ ବେଳାଭୂମିର ପ୍ରାକୃତିକ ନୈସର୍ଗିକ ଶୋଭାରାଜି ବେଶବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବାରୁ ରାମଚଣ୍ଡୀ ପୀଠରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ପରିବେଶ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହି ଯୋଜନାରେ ରାମଚଣ୍ଡୀ ମନ୍ଦିର ନିକଟରୁ ଲୋଟସ ରିସର୍ଟ ବୋଟିଂ କଂପ୍ଲେକ୍ସ ପର୍ଯ୍ୟନ୍ତ ପାଦଚଲା ରାସ୍ତା,ଅତ୍ୟାଧୁନିକ ଶୈାଚାଳୟ, ରାସ୍ତାପାଶ୍ୱର୍ ଆଲୋକୀକରଣ, ପାର୍କିଂ ସ୍ତଳ, ଭେଣ୍ଡିଂ ଜୋନ, କାଫେଟେରିଆ, ପଥଦୃଶ୍ୟ, ବର୍ଷାଜଳ ଆଶ୍ରୟ ସ୍ତଳୀ, ଜାହାଜ ଦୃଶ୍ୟମାନ ସ୍ତାନ, ପିଲା ମାନଙ୍କ ଖେଳିବା ସ୍ତାନ, ଛତା ଥିବା ବସିବା ବ୍ୟବସ୍ତା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଛୋଟ ଛୋଟ କୁଡିଆ ଆଦି ବ୍ୟବସ୍ତା ରହିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ,କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ରାମଚଣ୍ଡୀ ଥାନା ଆଇଆଇସି ଶରତ ନାୟକ, ଚନ୍ଦ୍ରଭାଗା ମେରାଇନ ଆଇଆଇସି ନିଳୀମା ପଟ୍ଟନାୟକ, ରାମଚଣ୍ଡୀ ଉନ୍ନୟନ କମିଟି ସଭାପତି ସୁବାଷ ପ୍ରଧାନ, କାର୍ତିକ ବେହେରା, ସେବାୟତ ପ୍ରକାଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ତିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ