ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ

ଶେରଗଡ଼, (ବିଭୁ ପ୍ରସାଦ ଦାସ) :-ଶେରଗଡ ବ୍ଲକ ରାମଚନ୍ଦ୍ର ପୁର ଉଚ୍ଚ ବିଦ୍ୟାଳୟ ରେ ଗୁରୁବାର ବନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀ ମାନେ ବିଭିନ ସ୍ଲୋଗାନ ଦେବା ସହ ବୃକ୍ଷ ରୋପଣ କରିବା ଉପରେ ଗ୍ରାମ ପରିକ୍ରମା କରି ଥିଲେ । ମୁଖ୍ୟ ଅତିଥି ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ ର ଅର୍ଥନୀତି ପ୍ରଫେସର  ମୃତ୍ୟଞ୍ଜୟ ଓ ପ୍ରଧାନଶିକ୍ଷକ ବାସୁଦେବ ମହାନ୍ତି ଯୋଗଦେଇ ବନମହୋତ୍ସବ ଉପରେ । ଆଲୋକପାତ କରିଥିଲେ।ବେଣୁଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନେ ବୃକ୍ଷ ରୋପଣ ଓ ସୁରକ୍ଷା ଦିଗରେ ଗ୍ରାମ ମାନଙ୍କରେ ବ୍ୟାପକ ସଚେତନତା କରିବାକୁ ଆହ୍ବନ ଦିଆଯାଇଥିଲା । କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ହତାରେ ଓ ଗ୍ରାମର ରାସ୍ତାରେ ଦୁଇ ପାର୍ଶ୍ଵରେ ବୃକ୍ଷ ରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ