ରାମଚନ୍ଦ୍ରପୁର ପଞ୍ଚାୟତରେ ବିଜେପିର ପ୍ରାର୍ଥୀ ଚୟନ ଶେଷ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡା ଜୋନ୍ ଅଧିନ ରାମଚନ୍ଦ୍ରପୁର ପଞ୍ଚାୟତରେ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶେଷ ହୋଇଛି । ନିମାପଡା କପାଳୀକ୍ଷେତ୍ର ଶାନ୍ତିବନ ଠାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ପଞ୍ଚାୟତର ୧୪ ୱାର୍ଡରୁ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ସୁପରିଚାଳନା ପାଇଁ ମତାମତ ଦେଇଥିଲେ । ଏଥର ନିର୍ବାଚନରେ ପଞ୍ଚାୟତର ଉଭୟ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଅନୁସୂଚିତ ଜାତି ମହିଳା ବର୍ଗ ପାଇଁ ସଂରକ୍ଷିତ ଥିବାରୁ ସର୍ବସମ୍ମତ କ୍ରମେ ନିଦ୍ୱର୍ନ୍ଦରେ ଉଭୟ ପ୍ରାର୍ଥୀ ଚୟନ ଚୁଡାନ୍ତ ହୋଇଥିଲା । ସରପଞ୍ଚ ପ୍ରାର୍ଥିନୀ ଭାବେ ଆରତୀଲତା ମାଝୀ, ସମିତି ସଭ୍ୟ ପ୍ରାର୍ଥିନୀ ଭାବେ ସରସ୍ୱତୀ ଜେନାଙ୍କୁ ସର୍ବସମ୍ମତ କ୍ରମେ ଚୟନ କରାଯାଇଥିଲା । କୌଣସି ଦଳ ସହ ମେଣ୍ଟ ନକରି ଦଳ ତାର ନିଜର ଲୋକପ୍ରିୟତାରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ହୋଇଥିଲା । ନିର୍ବାଚନ ପରିଚାଳନା ଓ ୱାର୍ଡୱାରୀ ବୈଠକ ପାଇଁ ଏକ ୧୪ ଜଣିଆ ଟିମ୍ ଗଠନ କରାଯାଇ ନିର୍ବାଚନ ଶେଷଯାଏ ଦଳ ସମର୍ଥିତ ସମସ୍ତ ପ୍ରାର୍ଥୀଙ୍କୁ ଜିତାଇ ଦଳୀୟ ସଂଗଠନକୁ ଆଗକୁ ନେବାକୁ ଶପଥ ନିଆଯାଇଥିଲା ।