ରାମଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟରେ କ୍ୟାରିୟର କାଊସିଲଙ୍ଗ ଆଲୋଚନା ଚକ୍ର
ଖଲ୍ଲିକୋଟ, (ସିଲୁ ବିଶ୍ଵାଳ ) : ରାମଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟରେ କାଉସିଲିଂ ସେଲ ପକ୍ଷରୁ “ସିକ୍ରେଟ ବିହାଇଣ୍ଡ ସକସେସ” ଶୀର୍ଷକ ଏକ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିମଳ ପ୍ରସାଦ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରରେ ଆଇକ୍ୟୁଏସି କୋଡିନେଟର ପ୍ରଫେସର ଡକ୍ଟର ଅଲେଖ ଚନ୍ଦ୍ର ମହାନ୍ତି ଅତିଥି ପରିଚୟ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଫେସର ରଞ୍ଜିତ କୁମାର ପାଢ଼ୀ ଯୋଗଦେଇ ସଫଳତା ପାଇଁବା ପଛରେ ଲୁକାୟିତ ବିଭିନ୍ନ ବିନ୍ଦୁ ଉପରେ ସୁଦୀର୍ଘ ଆଲୋଚନା କରି ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତ ଚୟନ କରିବାର ଦିଗଦର୍ଶନ ଦେଇ ଛାତ୍ରଛାତ୍ରୀ ମାନେ ପ୍ରଶ୍ନକାଳ ସମୟରେ ବିଭିନ୍ନ ପ୍ରଶ୍ନ ପଚାରି ନିଜର ସନ୍ଧେୟ ଦୂର କରିଥିଲେ । ଏହିଁ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ତିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହୀତ କରିଥିଲେ । ଶ୍ରୀଯୁକ୍ତ ଟି. ଅକ୍ଷୟ କୁମାର , ଶ୍ରୀଯୁକ୍ତ ସନ୍ତୋଷ କୁମାର ବର୍ମା , ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ, ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର, ଶ୍ରୀଯୁକ୍ତ ସନ୍ତୋଷ କୁମାର ବିଶୋୟୀ, ଶ୍ରୀଯୁକ୍ତ ବିଜୟ ବିଜୟ କୁମାର ବେହେରା, ମିସ ରଶ୍ମିତା ଗୌଡ଼ ପ୍ରମୁଖଙ୍କ ସହଯୋଗ କରି କାର୍ୟ୍ୟକ୍ରମଟିକୁ ସଫଳ ରୂପାୟନ କରିଥିଲେ । କ୍ୟାରିୟର କାଉସିଲିଂର ସଂଯୋଗଜକ ଡକ୍ଟର ସୁନୀଲ କୁମାର ସେନାପତି ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଆର୍ପଣ କରିଥିଲେ ।


