ରାମଚରିତ ମାନସ
କୋଣାର୍କ (ଯୁଗାଦ୍ଧ ନ୍ୟୁଜ):କୋଣାର୍କ ଏନଏସିର ୪ ନଂ ୱାର୍ଡରେ ଥିବା ରାମମନ୍ଦିର ପରିସରରେ ୨୧ତମ ରାମଚରିତ ମାନସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିଲାଗି ଗତକାଲି ଅପରାହ୍ଣରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ତୀର୍ଥ ଜଳ ଆସି ଘଟ ସ୍ଥାପନ କରାଯାଇଥିଲା । ଗୁୁରୁବାର ପୂର୍ବାହ୍ନରେ ରୀତିନୀତି ଅନୁଯାୟୀ ନବାହ୍ନ ପାରାୟଣ ଆରମ୍ଭ କରାଯାଇଛି । ଆସନ୍ତା ରାମନବୀ ଅବସରରେ ମନ୍ଦିର ପରିସରରେ ସ୍ୱତନ୍ତ୍ର ପୂଜାନୀତି ସମ୍ପନ୍ନ ହେବ । ଏହି ରାମଚରିତ ମାନସ ନଅ ଦିନ ଧରି ଚାଲିବ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଗୋବର୍ଦ୍ଧନ ବିଶ୍ୱାଳ କର୍ତ୍ତା ଭାବେ ଦାୟିତ୍ୱ ସମ୍ପନ୍ନ କରୁଛନ୍ତି । ବ୍ୟାସ ମହାରାଜ ଭାବେ ଭାସ୍କର ଚନ୍ଦ୍ରଦାଶ କାର୍ଯ୍ୟ ତୁଲାଉଥିବାବେଳେ ପ୍ରବଚକଙ୍କ ଦ୍ୱାରା ପ୍ରବଚନ ଦିଆଯିବା ପାଇଁ ସ୍ଥିର କରାଯାଇଥିବା ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।


