ରାମପୁରରେ ସାବିତ୍ରୀ ଭୋଗ ଖାଇ ୧୦ ଅସୁସ୍ଥ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ସାବିତ୍ର ବ୍ରତ ଥିବା ବେଳେ ବନ୍ତ ବ୍ଲକ ରାମପୁର ଗ୍ରାମର ୧୦ ଜଣ ବ୍ୟକ୍ତି ଭୋଗ ଖାଇ ଅସୁସ୍ଥ ହୋଇପଡିଥିବା ଜଣାଯାଇଛି । ପ୍ରକାଶ ଯେ, ରାମପୁର ଗ୍ରାମରେ ସାବିତ୍ରୀ ବ୍ରତ ପାଳନ ପରେ କିଛି ପରିବାରର ସଦସ୍ୟ ଭୋଗ ଖାଇଥିଲେ । ଭୋଗ ଖାଇବାର କିଛି ସମୟ ପରେ ତାହା ପଏଜନ୍ ହୋଇଯାଇଥିଲା । ଫଳରେ ପ୍ରାୟ ୪୫ ଜଣ ବ୍ୟକ୍ତି ଝାଡାବାନ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଶନିବାର କେନ୍ଦୁଆପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଥିଲା । ଅନ୍ୟ ୮ ଜଣଙ୍କୁ କେନ୍ଦୁଆପଦା ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ଆଜି ଅପରାହ୍ନ ସୁଦ୍ଧା ୭ ଜଣ ସୁସ୍ଥ ହେବା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି । ଅନ୍ୟ ଜଣେ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ପ୍ରକାଶ ଥାଉକି, କେନ୍ଦୁଆପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇଥିବା ବ୍ୟକ୍ତି ମାନେ ହେଉଛନ୍ତି ଋଷିକେଶ ବିଶ୍ୱାଳ(୧୫), ମାନସୀ ବିଶ୍ୱାଳ(୪୦), ଜ୍ୟୋତ୍ସ୍ନାରାଣୀ ନାୟକ(୩୦), ଜ୍ୟୋତ୍ସ୍ନା ବିଶ୍ୱାଳ(୧୩), ସଦାଶିବ ବିଶ୍ୱାଳ(୧୦), ଆକାଶ ନାୟକ(୧୫), ଦେବାଶିଷ ବିଶ୍ୱାଳ(୧୩), ଝୁନୁବାଳା ନାୟକ(୩୫) ଅଟନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ