ରାମମନ୍ଦିର ନିଧି ସଂଗ୍ରହ ଅଭିଯାନ ବୈଠକ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) :ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସହ ରାଷ୍ଟ୍ରୀୟ ସ୍ୱାଭିମାନର ପୁନଃ ପ୍ରତିଷ୍ଠା ପାଇଁ ଗଞ୍ଜାମଜିଲ୍ଲା ଶ୍ରୀରାମଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ପକ୍ଷରୁ ସମର୍ପଣର ନିବେଦନ କରାଯାଇଛି | ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସାନଖେମୁଣ୍ଡି ପ୍ରଖଣ୍ଡସ୍ଥରୀୟ ବୈଠକ ଖେମୁଣ୍ଡିଖୋଲ ଗ୍ରାମରେ ଅନୁଷ୍ଠିତ ହେବାସହ ଶତାଧିକ ରାମଭକ୍ତ ନିଧି ସଂଗ୍ରହ ସମ୍ପର୍କରେ ଆଲୋଚନା କରିଥିଲେ | ବୈଠକରେ ବିଶ୍ୱ ହିନ୍ଦୁ ପରିଷଦ ପ୍ରାନ୍ତ ସଂଚାଳନ ପ୍ରମୁଖ ତରଣୀସେନ ଦାଶ ପ୍ରାନ୍ତପ୍ରଚାରକ ଭବାନୀଶଙ୍କର ଦାଶ ବନବାସୀକଲ୍ୟାଣ ଆଶ୍ରମ ଜିଲ୍ଲା ସମ୍ପାଦକ ସୂରିଆ ଗମାଙ୍ଗ ଗୋରକ୍ଷା ସମିତି ପ୍ରଖଣ୍ଡ ପ୍ରମୁଖ ଦଣ୍ଡପାଣି ଦୋରା ବଜରଙ୍ଗ ଦଳ ପ୍ରଖଣ୍ଡ ପ୍ରମୁଖ ଆରକେସ୍ୱର ଜାନି ବିଏଚପି ସାନଖେମୁଣ୍ଡି ସମ୍ପାଦକ ସନ୍ତୋଷ ଦଳାଇ ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା ଯମୁନା ନାୟକ ମଣ୍ଡଳ ସଭାପତି ଲିଟୁପ୍ରଧାନ ଭୀମସେନ ମଣ୍ଡଳ କନ୍ଧବଡ଼ ରଇତ ଏକେଶ୍ୱର ମଣ୍ଡଳ ପ୍ରମୁଖ ଯୋଗଦେଇ ହିନ୍ଦୁ ସମାଜର ଏକାତ୍ମତା ରକ୍ଷା ସହ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ସାତ୍ଵିକ ଦାନ ଓ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ | ପଟିଗୁଡ଼ା ପୋଡ଼ାମାରି ସିଙ୍ଗିପୁର କଂସାମାରି ପଦ୍ମପୁର ଟିଗୋବିନ୍ଦପୁର ପ୍ରଭୃତି ପଞ୍ଚାୟତର ଶତାଧିକ ସଭ୍ୟ ଅଂଶଗ୍ରହଣ କରିଥିଲେ |