ରାମଲୀଲା ମୈଦାନରେ ବିଶାଳ ରାଲିକୁ ସମ୍ବର୍ଦ୍ଧନା ଜଣାଇଲେ ମୋଦୀ

ଦିଲ୍ଲୀ , (ଯୁଗାବ୍ଦ ନ୍ୟୁଜ) : ଭାରତୀୟ ଜନତା ପାର୍ଟି ଦ୍ବାରା ରାମଲୀଲା ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶାଳ ଧନ୍ୟବାଦ ରାଲିକୁ ସମ୍ବୋଧିତ କରି ଦିଲ୍ଲୀବାସୀଙ୍କୁ ପ୍ରଶଂସା କରିବା ସହ ଭାରତର ଏକତା ଓ ସ୍ୱତନ୍ତ୍ରତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ଦିଲ୍ଲୀବାସୀଙ୍କୁ ପ୍ରପ୍ରଶଂସା କରିଥିଲେ । ସୁଚନାଯୋଗ୍ୟ , ଦିଲ୍ଲୀର ୧୭୩୪ ଅବୈଧ କଲୋନିକୁ ବୈଧ କରିବା ନେଇ ଏହି ଧନ୍ୟବାଦ ରାଳିର ଆୟୋଜନ କରାଯାଇଥିଲା । ଏହି ରାଲି ମଧ୍ୟମରେ ଦିଲ୍ଲୀବାସୀମାନେ କଚା କଲୋନୀକୁ ପକ୍କା କରିବା ପାଇଁ ମୋଦିଙ୍କୁ ଧନ୍ୟବାଦ ପତ୍ର ଦେଇ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଓ ସାଂସଦ ମନୋଜ ତିଓ୍ବାରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଆଧୁନିକ ଲୌହପୁରୁଷ’ ବୋଲି କହିଥିଲେ। ଉକ୍ତ ରାଲି ସ୍ଥାନରେ ୫,୦୦୦ ସୁରକ୍ଷାବଳ, ସ୍ନାଇପର୍ସ ଓ ଟ୍ରାଫିକ୍ ସୁରକ୍ଷାବଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ