ରାମାନୁଜ ନାଟ୍ୟାକଳା ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ପଞ୍ଚାୟତ ରେ ଆୟୋଜିତ ମା ପରାମାବୈଷ୍ଣବୀ ଙ୍କ ବାର୍ଷିକୀ ଯାତ୍ରା ଦୀର୍ଘଦିନ ରୁ ମହାଡ଼ମ୍ବର ରେ ପାଳିତ ହୋଇ ଆସୁଥିବା ବେଳେ ରାମାନୁଜ ନାଟ୍ୟକଳା ପରିଷଦ ଏକ ନିଆରା ଢଙ୍ଗ ରେ ଯାତ୍ରା ରେ ସାମିଲ ହୋଇଛି ।ରାମାନୁଜନ ପାଠାଗାର ସାମାଜିକ ଅନୁଷ୍ଠାନ ସହ ଅନୁବନ୍ଧିତ ଉକ୍ତ ସାଂସ୍କୃତିକ ଅନୁଷ୍ଠାନ ଗ୍ରାମ ରେ ବିଭିନ୍ନ ପ୍ରତିଭା କୁ ସମ୍ଭର୍ଦ୍ଧିତ କରିଛି I ରାମାନୁଜନ ନାଟ୍ୟକଳା ପରିଷଦ ପକ୍ଷରୁ ସାମାଜିକ ନାଟକ ‘ଏଠି ତୋର ଦୋଷ ନା ମୋର ଦୋଷ ‘ମଞ୍ଚସ୍ଥ ହୋଇଥିବା ବେଳେ ନାଟକ କୁ ସାମାଜିକକର୍ମୀ ରଂଜିତ କୁମାର ପଣ୍ଡା ଉଦଘାଟନ କରିଛନ୍ତି । ନାଟକ ମଞ୍ଚସ୍ଥ ପୂର୍ବରୁ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଗ୍ରାମ ରେ ଅଧ୍ୟୟନ କରୁଥିବା ଏକାଧିକ ମେଧାବୀ ଛାତ୍ର, ଛାତ୍ରୀ, ବିଭିନ୍ନ ପ୍ରତିଯୋଗିତା ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଓ ବିଭିନ୍ନ ନିଯୁକ୍ତି ରେ ସଫଳତା ପାଇଥିବା ଯୁବକ, ଯୁବତୀ ମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ରୂପେ ରଂଜିତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଶରତ ଚନ୍ଦ୍ର ପଣ୍ଡା, ସେନା କର୍ମଚାରୀ ଜୁଝାରି ସ୍ୱାଇଁ,ସୁଶାନ୍ତ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନୁଷ୍ଠାନ ର ମ୍ୟାନେଜର ବିଜୟ କୁମାର ସ୍ୱାଇଁ, ସଭାପତି ଗୌରୀ ଶଙ୍କର ସ୍ୱାଇଁ,ଅନୁଷ୍ଠାନ ର ବର୍ଷିଆନ ନାଟ୍ୟ ନିର୍ଦ୍ଦେଶକ ବିନୋଦ ବିହାରୀ ପ୍ରଧାନ, ଅଧିକାରୀ ରାକେଶ ପାଢ଼ୀ,ଭଗବାନ ପଣ୍ଡା, ସଞ୍ଜୟ ପାତ୍ର, ଓ ଅନୁଷ୍ଠାନ ର ସମସ୍ତ କଳାକାର ଙ୍କ ଦ୍ୱାରା ପରିଚାଳନା ହୋଇଥିଲା I କରୋନା କଟକଣା ପାଇଁ ଗତ ଦୁଇବର୍ଷ ପରେ ଚଳିତ ବର୍ଷ ମଧ୍ୟ ସଫଳତା ର ସହ ଆୟୋଜିତ ହୋଇ ଶନିବାର ଉଦଯାପିତ ହୋଇଛି I ପାଞ୍ଚଦିନ ବ୍ୟାପି ଯାତ୍ରା ରେ ଗ୍ରାମ୍ୟ ପରିବେଶ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ I ପ୍ରତ୍ୟେକ ଦିନ ମା ଙ୍କ ଘଟ ପରିକ୍ରମା ସହ , ବିରାଟ ପଟୁଆର ପୌରାଣିକ ନାଟକ ଓ ସାମାଜିକ ନାଟକ ର ଆୟୋଜନ ରେ ଗ୍ରୀଷ୍ମ ଅବକାଶ ସମୟ ରେ ଅଂଚଳ ର ଲୋକମାନେ ଖୁବ ମନୋରଞ୍ଜନ ପାଇଛନ୍ତି I ଉକ୍ତ ଯାତ୍ରାକୁ ଡେଙ୍ଗାଡ଼ି ଗ୍ରାମବାସୀ ଙ୍କ ମିଳିତ ସହଯୋଗ ରେ ଅତି ସଫଳତା ର ସହ ଉଦଯାପିତ ହୋଇଛି ।


