ରାମ ଚରିତ ମାନସ ଅଖଣ୍ଡ ପାରାୟଣ ଉଦଯାପିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ପଂଚାୟତର ବନ୍ଥପଲ୍ଲୀ ଗ୍ରାମର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଦୁଇ ଦିନ ଧରି ଚାଲିଥିବା ଶ୍ରୀ ଶ୍ରୀ ରାମ ଚରିତ ମାନସ ଅଖଣ୍ଡ ପାରାୟଣ ଉଦଯାପିତ ହୋଇଛି I ଏହି ଅବସରରେ ଗ୍ରାମ ହନୁମାନ ମନ୍ଦିରରେ ରୀତିନୀତି ମୁତାବକ ପୂଜାର୍ଚ୍ଚନା ହେବା ସହିତ ନଗର ପରିକ୍ରମା ମଧ୍ୟ ହୋଇଥିଲା I କେନ୍ଦୁପଦର ମଠର ଗୁରୁଚରଣ ମହନ୍ତ ମହାରାଜ,ବିଷ୍ଣୁ ଦାସ ମହାରାଜ,ଗହଙ୍ଗୁର ରାଘବ ଦାସ୍ ମହାରାଜ ଏବଂ ବାବନପୁରର ଅଶୋକ ଦାସ ମହାରାଜ ଯୋଗଦେଇ ପାରାୟଣ କରିବା ସହିତ ପ୍ରବଚନ ଦେଇଥିଲେ I ଏଥିରେ ଆଖପାଖ ଅଞ୍ଚଳର ବହୁ ଶ୍ରୋତା ଏବଂ ଭକ୍ତ ଅଂଶଗ୍ରହଣ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜ୍ କିଶୋର ମହାନ୍ତି ପରିଚାଳନା କରିଥିବାବେଳେ ବନ୍ଥପଲ୍ଲୀ ଗ୍ରାମବାସୀ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ