ରାମ ନବମୀ ପୂଜା ପାଇଁ ଟିଲୋ ଉତ୍ସବ ମୁଖର

ବନ୍ତ,(ଯୁଗାଦ୍ଧ ନ୍ୟୁଜ) : ବନ୍ତ ବ୍ଳକ ତଥା ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥ ପାଶ୍ୱର୍ରେ ଅବସ୍ଥ୍ିତ ଟିଲୋ ବଜାର ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ପ୍ରଭୁ ଶ୍ରୀରାମଙ୍କର ନବମୀ ପୂଜା ଶନିବାର ଠାରୁ ବହୁ ଆଡମ୍ବର ସହକାରେ ଆରମ୍ଭ ହୋଇଛି । ଦୀର୍ଘ ୪୨ ବର୍ଷ ହେବ ଅନୁଷ୍ଠିତ ହୋଇ ଆସୁଥିବା ଏହି ପୂଜା ପ୍ରଥମେ ଗ୍ରାମର ଅନୁଷ୍ଠାନପ୍ରେମୀ ଜଗବନ୍ଧୁ ଖୁଣ୍ଟିଆ, ଉପେନ୍ଦ୍ରନାଥ ସାହୁ, ଗଦାଧର ଲେଙ୍କା, ଗୌରହରି ବେହେରା, ଦେବେନ୍ଦ୍ରନାଥ ସାହୁ, ସ୍ୱର୍ଗତ କୃପାସିନ୍ଧୁ ସାମଲ, ହାଡିବନ୍ଧୁ ଲେଙ୍କା, ଗୌରାଙ୍ଗ ରାଜ ଓ ଅନିରୁଦ୍ଧ ସ୍ୱାଇଁଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା । ସମୟ କ୍ରମେ ଏହି ପୂଜା ବଜାର କମିଟି, ବଡସାହି, ମାଳିସାହି ଓ କୁଶବେଣ୍ଟି ଗ୍ରାମବାସୀଙ୍କ ସହଯୋଗରେ ନିରବଚ୍ଛିନ୍ନ ଭାବେ ଅନୁଷ୍ଠିତ ହୋଇଆସୁଛି । ୭ ଦିନ ଧରି ଚାଲିବାକୁ ଥିବା ଏହି ପୂଜା ପାଇଁ ନବମୀ ତିଥିରେ ଗ୍ରେନଗୋଲା ସ୍ଥିତ ବୁଡି ପୋଖରୀରୁ ଗୌରାଙ୍ଗ ପାତ୍ର, ବାବୁଲି ଖୁଣ୍ଟିଆ, ସିପୁନ ଖିଲାର, ସୁଦାମ ପଢିଆରୀ ପ୍ରମୁଖ କଳସ ଆଣିବା ପରେ ଘଟସ୍ଥାପନା କରାଯାଇ ଯଥାରୀତି ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ପୂଜା ଦିନ ଠାକୁରଙ୍କ ଠାରେ ଭୋଗ ଲାଗିବା ପରେ ଭକ୍ତମାନେ ପ୍ରସାଦ ସେବନ କରିଥାନ୍ତି । ଓଷା ରଖିଥିବା ମହିଳା ଓ ପୁରୁଷ ଭକ୍ତ ମାନଙ୍କ ପାଇଁ ପଣା ସରବତ୍ର ବ୍ୟବସ୍ଥା କରାଯାଇଥାଏ । ଏହି ଅବସରରେ ଦୈନନ୍ଦିନ ଭଜନ କୀର୍ତ୍ତନ ହେବା ସହ ୩ ଦିନ ଧରି ଜଗତସିଂହପୁରରୁ ଆଗତ ଗାୟକ ଅରୁଣ କୁମାର ଦାଶଙ୍କ ଦ୍ୱାରା ପାଲା ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ଏହି ପୂଜା ଉତ୍ସବକୁ ଉପଭୋଗ କରିବା ପାଇଁ ବ୍ଲକର ଟିଲୋ ୧୩ ମୌଜା ସମେତ ନିଳୋକ, ବନ୍ତ, ପଧାନପଡା, ସରମରା, ତ୍ରିକୋଣା, ଛୟାଳସିଂହ, ବରହମପୁର, ଦେବତା ଗଢିଆ, ପୋଡାପାଟଣା ଆଦି ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ରୂଣ୍ଡିଭୂତ ହୋଇଥାନ୍ତି । ଚଳିତ ବର୍ଷ ଏହି ପୂଜା ବଡ ଧୂମ୍ଧାମ୍ରେ ଅନୁଷ୍ଠିତ ହେଉଛି ବୋଲି ବଜାର ପୂଜା କମିଟିର ସଭାପତି ଘନଶ୍ୟାମ ସା ଓ ସଂପାଦକ ମଧୁସୂଦନ ସାମଲ ଜଣାଇଛନ୍ତି । ଏହି ପୂଜାରେ ବଜାର କମିଟିର ବରିଷ୍ଠ ସଭ୍ୟ ଜଗବନ୍ଧୁ ଖୁଣ୍ଟିଆ, ଦେବେନ୍ଦ୍ର ନାଥ, ସନାତନ ବିଶ୍ୱାଳ, ମାଧବାନନ୍ଦ ବିଶ୍ୱାଳ, ବିଶ୍ୱଜିତ୍ ବିଶ୍ୱାଳ, କାଳନ୍ଦି ପଢିଆରୀ, ଶଶୀଭୂଷଣ ଖିଲାର, ମନୋରଂଜନ ସାହୁ, ଗଣେଣ ସାହୁ, ପ୍ରହଲ୍ଲାଦ ଖୁଣ୍ଟିଆ, ପଞ୍ଚାନନ ପୃଷ୍ଟି, ଶଶୀକାନ୍ତ ସାହୁ, ବାବୁ ପଢିଆରୀ, ଯାଦବ ବିଶ୍ୱାଳ, ଗ୍ରାମର ବିଦ୍ୟ।।ଧର ଲେଙ୍କା, ଅର୍ଜ୍ଜୁନ ଚରଣ ପଣ୍ଡା, ସଂଗ୍ରାମ କେଶରୀ ଜେନା, କ୍ଷୀରୋଦ ରାଉତ, ଗୋପବନ୍ଧୁ ଖିଲାର, ଗୋପବନ୍ଧୁ ବିଶ୍ୱାଳ, ସୁଧାକର ଲେଙ୍କା, ନିରାକର ଜେନା, ସଂଜୟ ସାମଲ, ପଦ୍ମନାଭ ରାଉତ, ନାରାୟଣ ଗୋଚ୍ଛାୟତ, ନିରଞ୍ଜନ ଲେଙ୍କା, ଅଭିରାଜ ସ୍ୱାଇଁ ପ୍ରମୁଖ ସହଯୋଗ କରୁଛନ୍ତି । ସେହିପରି ବନ୍ତ ବ୍ଲକର କେନ୍ଦୁଆପଦା, କପାଳୀକ୍ଷେତ୍ର ନିମାପଡା ସମେତ ଅନ୍ୟ ସ୍ଥାନରେ ପ୍ରଭୁ ଶ୍ରୀରାମ ନବମୀ ପୂଜା ମହାଆଡମ୍ବର ସହକାରେ ଅନୁଷ୍ଠିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ