ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବେ କଙ୍ଗନା

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ନିଜ ଫିଲ୍ମ ଏବଂ ପର୍ସନାଲ ଲାଇଫକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି । ଏବେ ସେ ଅଯୋଧ୍ୟା ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମ ନାଁ ରହିଛି “ଅପରାଜିତ ଅଯୋଧ୍ୟା’ । କଙ୍ଗନାଙ୍କ ପ୍ରଡକସନ୍ ହାଉସ୍ ପ୍ରଥମଥର ପାଇଁ ଏହି ଫିଲ୍ମ ନିର୍ମାଣ କରିବ । ବାହୁବଳୀ ସିରିଜ୍ ନିର୍ମାତା କେଭି ବିଜୟେନ୍ଦ୍ର ପ୍ରସାଦଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମର ଶୁଟିଂ ୨୦୨୦ ପ୍ରାରମ୍ଭରେ ଆରମ୍ଭ ହେବ । ରାମ ମନ୍ଦିର ନିର୍ମାଣ ଦେଶରେ ଏକ ଚର୍ଚ୍ଚିତ ଘଟଣା । ଏହି ଘଟଣାକୁ ଶୁଣି ବଡ ହୋଇଛି । ଏହାକୁ ନେଇ ମୋ ପ୍ରଡକସନ୍ ହାଉସ୍ ପ୍ରଥମ ଫିଲ୍ମ ନିର୍ମାଣ କରିବା ସୌଭାଗ୍ୟର ବିଷୟ ବୋଲି କଙ୍ଗନା କହିଛନ୍ତି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ବାୟୋପିକ୍ “ଥିଲାଇଭି’ରେ ନଜର ଆସିବେ କଙ୍ଗନା । ଏହି ଫିଲ୍ମର ଟ୍ରିଜର ନିକଟରେ ରିଲିଜ୍ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ