ରାମ ମନ୍ଦିର ନିର୍ମାଣ ପାଇଂ ଅର୍ଥ ସଂଗ୍ରହ; ନଗର ପରିକ୍ରମା ସହ ନାମ କିର୍ତନ

ମୋହନା,(ଅଂଶୁମାନ ପଣ୍ଡା):  ଅଯୋଧ୍ୟାରେ ମର୍ଯ୍ୟଦା ପୁରୁଷ ଶ୍ରୀ ରାମ ଚନ୍ଦ୍ରଙ୍କ ଭାବ୍ୟ ମନ୍ଦିର ନିର୍ମାଣାର୍ଥେ ବିଭିନ୍ନ ସ୍ଥାନରେ ଚାଲିଛି ଅର୍ଥ ସଂଗ୍ରହ । ଏହି ଅର୍ଥ ସଂଗ୍ରହ ୧୫ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁ ଗହଳିରେ ନଗର ପରିକ୍ରମା କରି ଅର୍ଥ ସଂଗ୍ରହ କରାଯିବ ଯାହାକି ବହୁ ଦିନର ସ୍ୱପ୍ନ ଭାରତରେ ପୁର୍ଣ୍ଣ ହେବାକୁ ଯାଉଛି ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର । ଶନିବାର ଦିନ ଚନ୍ଦ୍ରଗିରିଠାରେ ପ୍ରଭୁ ରାମଚନ୍ଦ୍ରଙ୍କ ଫଟୋଧରି ହାତରେ ଧ୍ୱଜା ଧରି ନାମ କିର୍ତନ ସହ ରାମ ରାମ ଧ୍ୱନୀରେ କମ୍ପି ଉଠିଥିଲା ଚନ୍ଦ୍ରଗିରି ଗ୍ରାମ । ଚନ୍ଦ୍ରଗିରିର ବିଭିନ୍ନ ଗଳିକନ୍ଦି ପରିକ୍ରମା କରି ଭକ୍ତ ମାନେ ସ୍ୱଇଚ୍ଛାରେ ନିଜରଶକ୍ତି ଅନୁଯାୟୀ ୩୫ ହଜାର ଟଙ୍କା ଦାନ କରିଥିଲେ । ଶେଷରେ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସେହିପରି ମୋହନାରେ ରବିବାର ଦିନ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘଠାରେ ବିଭିନ୍ନ ସ୍ଥାନରୁ ଆସିଥିବା ରାମ ଭକ୍ତମାନେ ଏକତ୍ରିତ ହୋଇ ରାମଙ୍କ ବିଷୟରେ ଏକ ପ୍ରବଚନ ମାଧ୍ୟମରେ ଲୋକଙ୍କୁ ବୁଝାଇଥିଲେ ତରଣୀସନ ଦାସ । ଏହାପରେ ମୋହନାର ରାଜା ପ୍ରତାପ ଚନ୍ଦ୍ର ପାତ୍ର, ଯୁବ ଗୋଷ୍ଠୀ ବୟଜ୍ୟୋଷ୍ଠମାନେ ଏକତ୍ରିତ ହୋଇ ହାତରେ ଧ୍ୱଜା ଧରି ମୃଦଙ୍ଗତାଳରେ ସଂକୀର୍ତନ କରି ମୋହନାର ବିଭିନ୍ନ ସାହି ପରିକ୍ରମା କରି ଯୁବକ ସଂଘଠାରେ ପୁଣି ଏକିତ୍ରିତ ହୋଇଥିଲେ । ଏହି ସମୟରେ ମୋହନାର କିଛି ବ୍ୟବସାୟୀମାନେ ସ୍ୱଇଚ୍ଛାରେ ଦାନ କରିଛନ୍ତି । ମୋହନାରୁ ମୋଟ ୧ ଲକ୍ଷ ୪୫ ହଜାର ଟଙ୍କା ଦାନ ସଂଗ୍ରହ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ