ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ୧୨ନମ୍ବର ୱାର୍ଡ ଠାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି । ଏହି ଉତ୍ସବ ଶ୍ରୀରାମ ନବମୀ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମନ୍ଦିର ପ୍ରତିଷ୍ଠା କମିଟି ସୂତ୍ରରୁ ପ୍ରକାଶ । ଏହି ଅବସରରେ ଦୀକ୍ଷା ଗ୍ରହଣ, ଅଙ୍କରାରୋପଣ, ମଣ୍ଡଳ ବିନ୍ୟାସ ଆଦି ପୂଜାର୍ଚ୍ଚନା ହୋଇଥିଲା । ସେହିପରି ୧୦୮କଳଷ ଯାତ୍ରା ନିମନ୍ତେ ସ୍ଥାନୀୟ ସଦରା ପୋଖରୀ ଠାରେ ପୂଜକ ଜଗନ୍ନାଥ ରଥଶର୍ମାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ୧୦୮ମହିଳ ନିଜ ନିଜ କଳଷରେ ଜଳ ସଂଗ୍ରକରି ନଗର ପରିକ୍ରମା କରିବା ସହ ମନ୍ଦିରକୁ ଯାଇଥିଲେ । ଏଥିରେ ୧୨ନମ୍ବର ୱାର୍ଡର ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା । ଶ୍ରୀରାମ ନବମୀ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ଏବଂ ଏ ମଧ୍ୟରେ ପ୍ରଭୁଙ୍କ ନଗର ପରିକ୍ରମା, ଅଭିଷକ, ପୂର୍ଣ୍ଣାହୁତି, ଅଖଣ୍ଡନାମ ସଂକୀର୍ତ୍ତନ, ନଗର ସଂକୀର୍ତ୍ତନ, ଭଜନ କୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ମନ୍ଦିର ପ୍ରତିଷ୍ଠା କମିଟିର ତିରୁପତି କାରୁଣ୍ୟ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ତିରୁପତି କାରୁଣ୍ୟଙ୍କ ସ୍ୱର୍ଗତ ପିତା ପ୍ରେମାନନ୍ଦ କରୁଣ୍ୟ ଏବଂ ମାତା ହୈମାବତୀ କରୁଣ୍ୟଙ୍କ ରାମମନ୍ଦିର ପ୍ରତିଷ୍ଠା ପାଇଁ ଅଣ୍ଟା ଭିଢିଥିଲେ । ହେଲେ ଇତି ମଧ୍ୟରେ ସେମାନଙ୍କର ଦେହାନ୍ତ ହୋଇଥିବାରୁ ସେମାନଙ୍କ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଅଧୁରା ରହିଯାଇଥିଲା । ଯାହାକି ସେମାନଙ୍କ ପରିବାର ସଦସ୍ୟ ଓ ୱାର୍ଡ ନମ୍ବର ୧୨ବାସୀଙ୍କ ସମେତ କଣ୍ଡରାସାହି ବାସିନ୍ଦା ଆଗେଆସି ଏହି ଭବ୍ୟ ତଥା ସୁନ୍ଦର ମନ୍ଦିର ଗଢି ତୋଳିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ