ରାଶନକାର୍ଡଧାରୀ ଓ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତରେ ରାଶନକାର୍ଡଧାରୀଙ୍କୁ ୧ ହଜାର ଲେଖାଏ ଟଙ୍କା ଓ ନିର୍ମାଣ ଶ୍ରମିକ ମାନଙ୍କୁ ୧୫ ଶହ ଲେଖାଏ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସରପଞ୍ଚ ନିହାରିକା ରାଉତ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ପଣ୍ଡା ଘର ଘର ବୁଲି ରାଶନକାର୍ଡଧାରୀ ଓ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବାର ଦେଖାଯାଇଛି । ଅପରପକ୍ଷେ କେତେକ ନିର୍ମାଣ ଶ୍ରମିକଙ୍କ ନାମ ପଞ୍ଜୀକୃତ ହୋଇଥିଲେ ମଧ୍ୟ ସେମାନଙ୍କ ନାମ ତାଲିକାରେ ନଥିବା ଦେଖାଯାଇଛି । ଅନ୍ୟ ପଞ୍ଚାୟତରେ କିଛି ନିର୍ମାଣ ଶ୍ରମିକଙ୍କ ନାମ ରହିଯାଇଥିବାରୁ ଏସବୁ ଠିକ୍ଠାକ୍ କରି ୨/୩ ଦିନ ମଧ୍ୟରେ ସେମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଥିଲେ ।