ରାଶି ଅନୁସାରେ କରନ୍ତୁ ଶିବ ପୂଜା
ରାଶି ନକ୍ଷତ୍ର ଦ୍ୱାରା ମଣିଷର କାର୍ଯ୍ୟଧାରା ପରିଚାଳିତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାଶିବରାତ୍ରିର ପବିତ୍ର ଅବସରରେ ରାଶି ଅନୁସାରେ ମହାଦେବଙ୍କୁ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କଲେ ଶୁଭ ଫଳ ପ୍ରାପ୍ତି ହେବ ।
ମେଷ: ଶିବ ରାତ୍ରି ଅବସରରେ କଞ୍ଚାକ୍ଷୀର ଏବଂ ଦହି ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଦୁଦୁରା ଅର୍ପଣ କରିବା ସହ କର୍ପୁର ଜଳାଇ ଆରତି କରିବେ ।
ବୃଷ: ଶିବଲିଙ୍ଗଙ୍କୁ ଆଖୁ ରସରେ ସ୍ନାନ କରାଇବା ସହ ମଲ୍ଲୀ ଅତର ଅର୍ପଣ କରନ୍ତୁ ଏବଂ ଦୀପ ଜଳାଇ ଆରତି କରିବେ ।
ମିଥୁନ: ଶିବରାତ୍ରିରେ ସ୍ପଟିକ ଶିବଲିଙ୍ଗଙ୍କୁ ପୂଜା କରିବା ସହ ନାଲି ଅବିର କୁମକୁମ, ଚନ୍ଦନ ଏବଂ ଅତର ସହ ଅରଖ ଫୁଲ ଅର୍ପଣ କରନ୍ତୁ ।
କର୍କଟ: ଶିବରାତ୍ରି ଅବସରରେ ଅଷ୍ଟଗନ୍ଧ ଚନ୍ଦନ ମହାଦେବଙ୍କର ଅଭିଷେକ କରନ୍ତୁ । କୋଳି ଏବଂ ଅଟାରେ ତିଆରି ରୁଟି ଭୋଗ ଲଗାଇ ଆରତି କରନ୍ତୁ ।
ସିଂହ: ଫଳ ରସରେ ମିଶ୍ରି ମିଶାଇ ମହାଦେବଙ୍କ ଅଭିଷେକ କରିବା ସହ ଅରଖ ଫୁଲ ଅର୍ପଣ କରି ମିଷ୍ଟାନ୍ନ ଭୋଗ କରିବେ ।
କନ୍ୟା: କୋଳି, ଦୁଦୁରା, ବିଜୟା ବା ଭାଙ୍ଗ ସହ ଅରଖ ଫୁଲ ଅର୍ପଣ କରିବେ । ବେଲପତ୍ର ଚଢ଼ାଇ ମିଷ୍ଟାନ୍ନ ଭୋଗ କରନ୍ତୁ ।
ତୁଳା: ଭିନ୍ନ ଭିନ୍ନ ପୁଷ୍ପର ଜଳ ମିଶାଇ ଶିବଲିଙ୍ଗଙ୍କୁ ସ୍ନାନ କରାନ୍ତୁ । ବେଲ, ମଲ୍ଲୀ ଗୋଲାପ, ଅକ୍ଷତ ଏବଂ ଚନ୍ଦନ ଅର୍ପଣ କରିବେ ।
ବିଛା: ଶୁଦ୍ଧ ଜଳରେ ଶିବଲିଙ୍ଗଙ୍କୁ ସ୍ନାନ କରାଇବା ସହ ମହୁ ଏବଂ ଘିଅରେ ଦ୍ୱିତୀୟବାର ସ୍ନାନ କରାଇ ପୁଣି ଜଳରେ ସ୍ନାନ କରାଇବେ । ଏହାପରେ ଆରତି କରନ୍ତୁ ।
ଧନୁ: ଅକ୍ଷତରେ ଶିବଲିଙ୍ଗଙ୍କ ଶୃଙ୍ଗାର କରିବା ସହ ଡ୍ରାଏଫ୍ରୁଟସ ଭୋଗ କରନ୍ତୁ । ଶୃଙ୍ଗାର କାର୍ଯ୍ୟରେ ବେଲପତ୍ର ଗୋଲାପ ଆଦି ବ୍ୟବହାର କରିପାରିବେ । ଏହା ପରେ ଆରତି କରନ୍ତୁ ।
ମକର: ଶିବଲିଙ୍ଗଙ୍କୁ ଗହମରେ ଢ଼ାଙ୍କି ପୂଜା କରିବା ପରେ ଏହି ଗହମ ଅଭାବୀ ମଣିଷଙ୍କୁ ଦାନ କରି ଦେବେ ।
କୁମ୍ଭ: ଧଳା ଏବଂ କଳା ରାଶି ମିଶାଇ ଏକାନ୍ତରେ ଥିବା କୌଣସି ଶିବଲିଙ୍ଗଙ୍କୁ ଅର୍ପଣ କରି ଆରତି କରିବେ ।
ମୀନ: ଶିବରାତ୍ରି ଅବସରରେ ଅଶ୍ୱତଥ ଗଛ ମୂଳେ ବସି ଶିବଲିଙ୍ଗଙ୍କୁ ପୂଜା କରିବା ସହ ୩୫ ଥର ‘ଓଁ ନମଃ ଶିବାୟ’ ଜପ କରନ୍ତୁ । ବେଲପତ୍ର ଅର୍ପଣ କରିବା ସହ ଆରତି କରିବେ ।


