ରାଶି ଅନୁସାରେ କରନ୍ତୁ ହନୁମାନଙ୍କ ଜପ

ପୁରାଣରେ ୭ ଜଣ ଅମର ବ୍ୟକ୍ତିତ୍ୱଙ୍କ ବିଷୟରେ ଉଲ୍ଲେଖ ରହିଛି । ସେମାନେ ହେଲେ ଅଶ୍ୱତ୍ଥାମା, ବଳି, ବ୍ୟାସ, ହନୁମାନ, ବିଭୀଷଣ, କୃପାଚାର୍ଯ୍ୟ ଏବଂ ଭଗବାନ ପର୍ଶୁରାମ । କୁହାଯାଏ, ଏମାନେ ଏବେ ବି ଆମ ସହିତ ପୃଥିବୀପୃଷ୍ଠରେ ଅଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଭଗବାନ୍ ହନୁମାନଙ୍କୁ ସବୁଠାରୁ ବେଶୀ ପୂଜା କରାଯାଇଥାଏ । କାରଣ ସମସ୍ତଙ୍କ ତୁଳନାରେ ହନୁମାନ ଶୀଘ୍ର କଥା ଶୁଣିଥା’ନ୍ତି ବୋଲି ବିଶ୍ୱାସ ରହିଛି । ତାଙ୍କର ନାମ ସ୍ମରଣ ମାତ୍ରକେ ବଡ଼ ବଡ଼ ସଙ୍କଟ ଟଳିଯାଇଥାଏ । ଆସନ୍ତୁ ନିଜର ରାଶି ଅନୁଯାୟୀ ହନୁମାନଙ୍କୁ ପ୍ରସନ୍ନ କରିବାର ଭିନ୍ନ ଭିନ୍ନ ମନ୍ତ୍ର ଜାଣିବା ।
-ମେଷ ଏବଂ ବିଛା: ଏହି ରାଶି ଥିବା ବ୍ୟକ୍ତିଙ୍କର ଅଧିପତି ମଙ୍ଗଳ । ସେମାନେ ପ୍ରଭୁ ହନୁମାନଙ୍କ ” ଓଁ ଅଂ ଅଙ୍ଗାରକାୟ ନମଃ’ ମନ୍ତ୍ରକୁ ଜପ କରନ୍ତୁ । ଏହା ସହ ପ୍ରଭୁଙ୍କ ଦିବ୍ୟ ମନ୍ତ୍ର ” ମନୋଜବଂ ମାରୁତତୂଲ୍ୟ ବେଗଂ, ଜିତେନ୍ଦ୍ରିୟମ୍ ବୁଦ୍ଧିମତା ବରିଷ୍ଠ…?’କୁ ଜପ କରନ୍ତୁ । ଏହାଦ୍ୱାରା ଜୀବନରେ ସୁଖ ସମୃଦ୍ଧି ସହ ସ୍ୱାସ୍ଥ୍ୟ ସହ ଜଡ଼ିତ ସମସ୍ତ ମନୋସ୍କାମନା ନିଶ୍ଚିନ୍ତ ପୂରଣ କରିବ ।
-ବୃଷ ଓ ତୁଳା: ଏହି ରାଶିର ବ୍ୟକ୍ତିଙ୍କର ସ୍ୱାମୀ ଶୁକ୍ର । ତେଣୁ ଏମାନେ ଶ୍ରଦ୍ଧାରେ ” ଓଁ ହନୁମତେ ନମଃ’ ମନ୍ତ୍ରର ଜପ କରନ୍ତୁ ।
-ମିଥୁନ ଓ କନ୍ୟା: ଏହି ରାଶିର ବ୍ୟକ୍ତିବିଶେଷଙ୍କ ଅଧିପତି ବୁଧ । ଏଣୁ ଏମାନେ ସଙ୍କଟରୁ ମୁକ୍ତି ପାଇବା ଲାଗି ଭଗବାନ୍ଙ୍କ ସୁନ୍ଦରାକାଣ୍ଡ ପାଠ କରନ୍ତୁ । ଯଦି ଏପରି ପ୍ରତ୍ୟହ କରିବା ସମ୍ଭବ ନୁହେଁ, ତେବେ “ଅତୁଲିତବଲଧାମଂ ହେମଶୈଲାଭଦେହ ଦନୁଜବନକୁଶାନୁଂ ଜ୍ଞାନନିନାମଗ୍ରଗଣ୍ୟମ୍…’ ମନ୍ତ୍ର ଜପ କରିପାରିବେ ।
-କର୍କଟ: ଏହି ରାଶିର ଅଧିପତି ହେଉଛନ୍ତି ଚନ୍ଦ୍ର । ଏହି ରାଶିର ବ୍ୟକ୍ତି ହନୁମାନ ଗାୟତ୍ରୀ ମନ୍ତ୍ରୀ ପାଠ କରନ୍ତି । ଏହା ସହ ହନୁମାନଙ୍କୁ ସିନ୍ଦୂର ଓ ବସ୍ତ୍ର ଦାନ କରନ୍ତୁ । ଶୁଭ ଫଳ ପାଇବେ ।
-ସିଂହ: ଏହି ରାଶିର ଅଧିପତି ସୂର୍ଯ୍ୟ । ଏଣୁ ଏହି ରାଶିର ବ୍ୟକ୍ତିବିଶେଷ ” ଓଁ ହଂ ହନୁମତେ ରୁଦ୍ରାତ୍ମକାୟ ହୁ ଫଟ୍’ ମନ୍ତ୍ର ଜପ କରନ୍ତୁ । ଏହାଦ୍ୱାରା ଶତ୍ରୁମାନଙ୍କର ବିନାଶ ଓ ସଙ୍କଟରୁ ମୁକ୍ତି ମିଳିଥାଏ ।
-ଧନୁ ଓ ମୀନ: ଏହି ରାଶିର ଅଧିପତି ଗୁରୁ । ଏହି ରାଶିର ବ୍ୟକ୍ତିମାନେ ” ଓଁ ହଂ ହନୁମତେ ନମଃ’ର ଜପ କରନ୍ତୁ । ଏହା ସହ ସେମାନେ ନିତ୍ୟ ବଜରଙ୍ଗବାଣ ପାଠ କରିପାରିବେ ।
-ମକର ଓ କୁମ୍ଭ : ଏହି ରାଶିର ଅଧିପତି ଶନି । ଏଣୁ ଶନିଙ୍କ କୃପା ପାଇବା ନିମନ୍ତେ “ଓଁ ନମା ହନୁମତେ ରୁଦ୍ରାବତାରାୟ ସର୍ବଶତ୍ରୁହାରଣାୟ ସର୍ବରାଗ ହରାୟ ସର୍ବବଶୀକରଣାୟ ରାମଦୁତାୟ ସ୍ୱାହା’ ମନ୍ତ୍ର ଜପ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ