ରାଷ୍ଟପତି ପୁରଷ୍କାରପ୍ରାପ୍ତ ଶିକ୍ଷକ ରାଜ୍ୟପାଳଙ୍କୁ ଦାବିପତ୍ର ଦେଲେ
ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ବିଭିନ୍ନ ସ୍କୁଲରେ ଶିକ୍ଷା ଗ୍ରହଣ କଲେ ମଧ୍ୟ ଛାତ୍ରଛାତ୍ରୀ ଟ୍ୟୁସନ୍ ଓ କୋଚିଂ ସେଂଟର ଉପରେ ନିର୍ଭର କରିଥାନ୍ତି । କରୋନା ମହାମାରୀ ଲକ୍ ଡାଉନ୍ ଯୋଗଁ ଶିକ୍ଷାର ବିକାଶ ଉପରେ ପ୍ରଭାବ ପକାଇଛି । କେବଳ ବିଦ୍ୟାଳୟର ଅନ୍ ଲାଇନ୍ ପାଠରେ ଛାତ୍ରଛାତ୍ରୀଙ୍କ ଅଧିକ ବିକାଶ ହୋଇ ପାରିବ ନାହିଁ । ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣରେ କୋଚିଂ ସେଂଟରର ବଡ଼ ଭୂମିକା ରହିଛି । ଏଣୁ ରାଜ୍ୟ ସରକାର କୋଚିଂ ସେଂଟର ଗୁଡ଼ିକ ଖୋଲିବାକୁ ଦାବି କରି ରାଜ୍ୟପାଳଙ୍କୁ ଓଡ଼ିଶା କୋଚିଂ ଏଣ୍ଡ୍ ଟ୍ରେନିଙ୍ଗ୍ ଏକାଡେମୀକ୍ ଆସୋସିଏସନ୍ ତଥା ରାଷ୍ଟପତି ପୁରଷ୍କାରପ୍ରାପ୍ତ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନେ କହିଛନ୍ତି ଯେ, ଦକ୍ଷତା ବିକାଶ ସହ ସୁଦୃଡ଼ ଶିକ୍ଷା ପାଇପାରିଥାନ୍ତି । ଛାତ୍ରଛାତ୍ରୀ କୋଚିଂ ସେଂଟରରେ ବିଭିନ୍ନ ପରୀକ୍ଷା କରାଯାଇ ବିଦ୍ୟାର୍ଥୀଙ୍କ ମାନସିକ ଦକ୍ଷତା ମଧ୍ୟ ବୃଦ୍ଧି କରାଯାଇଥାଏ । ବର୍ତମାନ ଟ୍ୟୁସନ୍ ଓ କୋଚିଂ ସେଂଟର ବନ୍ଦ ଦ୍ୱାରା ଛାତ୍ରଛାତ୍ରୀଙ୍କ ବହୁ ସମସ୍ୟା ହେଉଛି । କେବଳ ଏତିକି ନୁହେଁ ଟ୍ୟୁସନ୍ ଓ କୋଚିଂ ସେଂଟର ଦ୍ୱାରା ଅଗଣିତ ଶିକ୍ଷିତ ବେକାର ରୋଜଗାରପନ୍ଥା ବନ୍ଦ ହୋଇଛି । ଟ୍ୟୁସନ୍ ଓ କୋଚିଂ ସେଂଟର ବନ୍ଦ ଦ୍ୱାରା ଶିକ୍ଷାର ଅଧୋଗତି ହୋଇ ବେକରୀ ବୃଦ୍ଧି ପାଉଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୂରତା ରଖି ଶିକ୍ଷା ଦାନ କରିବା ପାଇଁ କୋଚିଂ ସେଂଟର ଗୁଡ଼ିକ ଖୋଲିବା ପାଇଁ ଅନୁମତିର ଆବଶ୍ୟକ ରହିଛି । ଏବେ ଏଗୁଡ଼ିକ ବନ୍ଦ ଯୋଗୁଁ କୋଚିଂ ସେଂଟର ଘର ଭଡ଼ା ଦେବା ସମସ୍ୟା ହୋଇଛି । ଘର ଭଡ଼ା କୋହଳ କରିବା ସହ କୋଚିଂ ସେଂଟର ଗୁଡ଼ିକ ଖୋଲିବା ପାଇଁ ଅନୁମତି ପ୍ରଦାନ କରନ୍ତୁ ବୋଲି ଆସୋସିଏସନ୍ ପକ୍ଷରୁ ନିବେଦନ କରାଯାଇଛି । ଏଥିରେ ସଂସ୍ଥାର ସଭାପତି ତଥା ରାଷ୍ଟପତି ପୁରଷ୍କାରପ୍ରାପ୍ତ ଶିକ୍ଷକ ପ୍ରସନ୍ନ କୁମାର ଚୌଧୁରୀ, ସମ୍ପାଦକ ତଥା ରାଷ୍ଟପତି ପୁରଷ୍କାରପ୍ରାପ୍ତ ଶିକ୍ଷକ ପ୍ରଭାତ ତ୍ରିପାଠୀ, ଉପଦେଷ୍ଠା ବିଶ୍ୱରଞ୍ଜନ ଦାସ, ରାଜେଶ ମହାକୁଡ଼, ଗଦାଧର ଦାସ ଓ ସଭ୍ୟମାନେ ଉପସ୍ଥିତଥିଲେ ।


