ରାଷ୍ଟ୍ରଦୀପ’ ପ୍ରତିଷ୍ଠାତା ସମ୍ପାଦକ ହରିହର ନନ୍ଦଙ୍କ ବିୟୋଗରେ ଶୋକ
ବ୍ରହ୍ମପୁର : ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସାପ୍ତାହିକ ସମ୍ବାଦପତ୍ର ‘ରାଷ୍ଟ୍ରଦୀପ’ର ପ୍ରତିଷ୍ଠାତା ସମ୍ପାଦକ, ସ୍ୱନାମଧନ୍ୟ ଲେଖକ, ସାମ୍ବାଦିକ, ସାହିତି୍ୟକ ହରିହର ନନ୍ଦଙ୍କ ୮୪ ବର୍ଷ ବୟସରେ ମାର୍ଚ୍ଚ ୧୧ ତାରିଖରେ ପରଲୋକ ହୋଇଯାଇଛି । ଏହି ମହାନ ସାଧକଙ୍କ ବିୟୋଗରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଓଡ଼ିଶା ରାଜ୍ୟ ଶାଖା ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆୟୋଜିତ ଏହି ଶୋକସଭାରେ ସ୍ୱର୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଦେଶ ଓ ଜାତି ପ୍ରତି ତାଙ୍କର ବଳିଷ୍ଠ ଅବଦାନ ସମ୍ପର୍କରେ ବକ୍ତାମାନେ କହିଥିଲେ। ନନ୍ଦଙ୍କ ବିୟୋଗରେ ନବୀନ ଭବନରେ ଏକ ଶୋକସଭା ଆୟୋଜନ କରାଯାଇଥିଲା । ଏଥିରେ ଯୁବନେତା ବିଭୁତି ଭୂଷଣ ଜେନା, ସାହିତି୍ୟକ ସୁଶାନ୍ତ କର, ଡ଼ା. ଚନ୍ଦ୍ରମଣି ସ୍ୱାଇଁ, ଡ଼ା. ଶ୍ରୀବତ୍ସ ଦଳାଇ, ଗୌରାଙ୍ଗ ଚୌଧୁରୀ, ନୃସିଂହ ପ୍ରସାଦ ପାଢ଼ୀ, କପିଳ ମହାନ୍ତି, ରାଜ କିଶୋର ଷଡ଼ଙ୍ଗୀ, ଶରତ ଚନ୍ଦ୍ର ନନ୍ଦ ପ୍ରମୁଖ ଯୋଗଦେଇ ଦିବଗଂତ ଆତ୍ମାର ସଦଗତି କାମନା କରିବା ସହ ତାଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ ।