ରାଷ୍ଟ୍ରଧ୍ୱଜାକୁ ସମ୍ମାନ ଦେବା ସବୁ ଭାରତୀୟଙ୍କ କର୍ତ୍ତବ୍ୟ-ବାଚଷ୍ପତି

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ରାଜଧାନୀରେ ଜାତୀୟ ପତାକା ଦିବସ ପାଳନକରିବା ଏବଂ ରାଷ୍ଟ୍ରଧ୍ୱଜାକୁ ସମ୍ମାନ ଦେବା ସବୁ ଭାରତୀୟଙ୍କ କର୍ତ୍ତବ୍ୟ ବୋଲି ମାନ୍ୟବର ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ନିଜ ଉଦଘାଟନୀ ବକ୍ତବ୍ୟରେ ରାଷ୍ଟ୍ରୀୟତା ମନୋଭାବକୁ ଜାଗୃତ କରିଥିଲେ । ଆଜି ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଂଘ , ଓଡିଶା ତରଫରୁ ଗୀତ ଗୋବିନ୍ଦ ପ୍ରେକ୍ଷାଳୟରେ ଜାତୀୟ ପତାକା ଦିବସ ମହା ସମାରୋହରେ ପାଳିତ ହୋଇଅଛି । ମାନ୍ୟବର ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଜାତୀୟପତାକା ତଳେ ପୁଷ୍ପ ପ୍ରଦାନ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଆଜିର ଦିବସକୁ ଉତ୍ସର୍ଗ କରିଥିଲେ । ଜାତୀୟ ପତାକା ଦିବସ ପାଳନ ଅବସରରେ ଜାତୀୟ ପତାକାକୁ ନମନ ଜଣାଇ ମୁଖ୍ୟ ଅତିଥି ଲେଫ୍ଟନାଣ୍ଟ ଜେନରଲ ଏନ.ସି.ମହାନ୍ତି,ମୂଖ୍ୟବକ୍ତା ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ସମ୍ମାନୀତ ଅତିଥି ପର୍ଯ୍ୟବେକ୍ଷକ ସଂପାଦକ ପବିତ୍ର ମୋହନ ସାମନ୍ତରାୟ ପ୍ରମୁଖ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ରହି ଜାତୀୟ ପତାକା ଦିବସର ମହାନତା ଉପରେ ଆଲୋକପାତ କରି ସଂଘର ଆଭିମୁଖ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ । ପର୍ଯ୍ୟବେକ୍ଷକ ସଂପାଦକ ଶ୍ରୀ ସାମନ୍ତରାୟ ଏହି ଦିବସର ମହାନତା, ଏହାର ଜନ୍ମ କୁଣ୍ଡଳୀ ଓଗେର ବିଶ୍ଲେଷଣ କରି ଏହି ଦିବସକୁ ସର୍ବ ଭାରତୀୟ ଉତ୍ସବରେ ପରିଣତ କରିବାକୁ ନିବେଦନ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ପଟ୍ଟନାୟକ ସ୍ୱାଧୀନତାର କାହାଣୀ ବର୍ଣ୍ଣନାକରି ଆତ୍ମବିଭୋର ହୋଇ ପଡିଥିଲେ । ସାମ୍ବାଦିକ ସଂଘର ସଭାପତି ସରୋଜ ରଂଜନ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସଂପାଦକ ରଜନୀକାନ୍ତ ସାମନ୍ତରାୟ ଅତିଥି ପରିଚୟ ପ୍ରଦାନପୂର୍ବକ ସଂଘର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ବୀର କଳିଙ୍ଗ ଦ୍ୱରା ଆୟୋଜିତ ରାଷ୍ଟ୍ରହିତ ସାହିତ୍ୟ ଆସରରେରେ ରାଜ୍ୟର ବହୁ ପ୍ରତିଷ୍ଠିତ ମହିଳା କବୟତ୍ରୀ ଭାଗ ଗ୍ରହଣ କରି ରାଷ୍ଟ୍ରଗାନ ଉପରେ ବହୁ ମୂଲ୍ୟବାନ ତଥ୍ୟଭିତ୍ତିକ କବିତା ପାଠ କରିଥିଲେ । ତାପରେ ଭାଷା ସୁରକ୍ଷାରେ ସମ୍ବାଦପତ୍ର ଭୂମିକା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ରାଜ୍ୟରୁ ଆସିଥିବା ସାମ୍ବାଦିକ ଭାଇ ଏବଂ ବକ୍ତାମାନେ ନିଜ ନିଜରମତ ରଖିଥଲେ । ସଂଘର ମୂଖପତ୍ର ବାର୍ତ୍ତାଜୀବୀର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ କରାଯାଇ ନବ ନିର୍ବାଚିତ ସଭାପତି ସରୋଜ ରଂଜନ ପଟ୍ଟନାୟକଙ୍କୁ ଜିଲ୍ଲା ଶାଖା କର୍ମକର୍ତ୍ତାମାନଙ୍କ ଦ୍ୱାରା ଅଭିନନ୍ଦନ ଜଣାଇ ଦିଆଗଲା । ଶେଷରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୨୦ ଜଣ ବିଶିଷ୍ଠ ବ୍ୟକ୍ତିମାନଙ୍କୁ ସମ୍ମାନୀତ କରାଯାଇଅଛି ।ଡଃ ସରୋଜିନୀ ପାଣି ଏବଂ ସାଥିମାନଙ୍କ ଦ୍ୱାରା ମଂଚ ପରିଚାଳନା କରାଯାଇଥିଲା । ସଂଘର ସମସ୍ତ କର୍ମକର୍ତ୍ତା ପ୍ରତ୍ୟକ୍ଷ ଭାବେ କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲେ ।ରାଜ୍ୟ କୋଷାଧ୍ୟକ୍ଷ ନିତ୍ୟ ନିରଞ୍ଜନ ପଣ୍ଡା ଧନ୍ୟବାଦ ଦେଇଥିବା ବେଳେ ସଂପାଦକ ଧନଞ୍ଜୟ ଧନୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ