ରାଷ୍ଟ୍ରନାୟକଙ୍କର ଏକ ଗୁଣାବଳୀ ସ୍ମରଣ ସଭା

ଛତ୍ରପୁର :  ପବ୍ଲିକ୍ ସ୍କୁଲ ଠାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ଜନମାନସର ଜନନେତା ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ମହାଆଡ଼ମ୍ବରରେ ପାଳନ ହୋଇଯାଇଛି । ଏହି ଅବସରରେ ରାଷ୍ଟ୍ରନାୟକଙ୍କର ଏକ ଗୁଣାବଳୀ ସ୍ମରଣ ସଭା ଜିଲ୍ଲା ଲୋକ ସଂପର୍କ ଅଧିକାରୀ ବିରଂଚି ନାରାୟଣ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ୍ ପଲେଇ, ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ସମାଜସେବୀ ପ୍ରଫୁଲ କୁମାର ପଟ୍ଟନାୟକ ଯୋଗ ଦେଇ ନିଜ ନିଜ ବକ୍ତବ୍ୟରେ ବିଜୁ ବାବୁଙ୍କ ଉପରେ ଆଲୋକପାତ କରିଥିଲେ । ଏଥିରେ ଛତ୍ରପୁର ଆଖପାଖ ଅଂଚଳର ଶତାଧିକ ମହିଳା ପୁରୁଷ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ