ରାଷ୍ଟ୍ରପତିଙ୍କ ପାଇଁ ଆଦିବାସୀ ବସ୍ତିରେ ଖୁସିର ଲହରୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି ଓଡିଶାର ଆଦିବାସୀ ସଂପ୍ରଦାୟର ପ୍ରଥମ ମହିଳା ଦ୍ରୈାପଦୀ ମୁର୍ମୁ । ଜଣେ ଆଦିବାସୀ ସଂପ୍ରଦାୟର ମହିଳା ଦେଶର ମହାମାନ୍ୟ ପଦବୀରେ ଅଧିଷ୍ଠିତ ହୋଇଥିବାରୁ ସୋମବାର ସନ୍ଧ୍ୟାରେ କେନ୍ଦ୍ରାପଡା ପୈାରାଞ୍ଚଳର କଜଳାସ୍ଥିତ ଆଦିବାସୀ ବସ୍ତିର ମହିଳା ଓ ପୁରୁଷମାନେ ଗୀତ ବୋଲି ନାଚ କରି ଖୁସି ମନାଇଥିବା ଦେଖିବାକୁ ମିଳିଛି । ବିଜେଡି ଯୁବନେତା ଶକ୍ତିକାନ୍ତ ପାତ୍ରଙ୍କ ଉଦ୍ୟମ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଜଳା ମୁଣ୍ଡାବସ୍ତିର ବାସୀନ୍ଦା ତଥା ପୂର୍ବତନ କାଉନସିଲର ବାହାଲି ଟୁଡୁ, କାଳିଆ ଟୁଡୁ, କାଳିଆ ହେମ୍ବ୍ରମ, ବିଜେଡି ନେତା ଦୀପକ କୁମାର ପୃଷ୍ଟି ଓ ବିଜେପି ନେତା ଅଶୋକ କୁମାର ମଳିକ ପ୍ରମୁଖ ଯୋଗଦେଇ ନାଚ ଗୀତରେ ଅଂଶଗ୍ରହଣ କରିଥିଲେ ।


