ରାଷ୍ଟ୍ରପତିଙ୍କ ସପଥ ପରେ ବିଜୟ ଉତ୍ସବ ମନାଇଲା ବିଜେପି
ହାଟଡିହି, (ବିକାଶ ବିଶ୍ୱାଳ) :ଆଜି ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଓଡିଆ ଆଦିବରସୀ ମହିଳା ଦୌପଦୀ ମୁର୍ମୁ ସପଥ ନେବାପରେ ହାଟଡିହିରେ ବିଜୟ ଉତ୍ସବ ମନାଇଛି ବିଜେପି । ଛେନାପଦି ଛକ ମା’ ତାରିଣୀଙ୍କ ମନ୍ଦିରରେ ଏଥିଲାଗି ପୁଜାର୍ଚ୍ଚନା କରିବାପରେ ଶତାଧିକ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ନାଚକୁଦ କରି ହାଟଡିହି ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ଏଥିରେ ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଶଶିକାନ୍ତ ରାଉତ, ଆଲୋକ ଦାଶ, ଦିପକ ଜେନା, ମଧୁସୁଦନ ରାଉତ, ହରମୋହନ ଶାସିନି, ସୁରେନ୍ଦ୍ର ବିଶ୍ୱାଳ, ପ୍ରସନ୍ନ ବରାଳ, ଦିପ୍ତୀମୟୀ ଖୁଣ୍ଟିଆ, ତୃପ୍ତୀମୟୀ ଜେନା, ବନଜା ଖଣ୍ଡେଇ, ସୁବାସ ବେହେରା, ଜ୍ଞାନେନ୍ଦ୍ର ମହାପାତ୍ର, ବେଣୁଧର ଜେନା, ସୁଶାନ୍ତ ଜେନା, ବସନ୍ତ ନାୟକ, ଗୋପାଳକୃଷ୍ଣ ସେନାପତି, ଶୁଦ୍ରି ବଳିୟାର ସିଂ, ଅଭିନ୍ନ ରାଉଳ, ମଣିନାଥ ଜେନା, ଅଧର ବେହେରା, ଦୀନବନ୍ଧୁ ମହାନ୍ତି, କାହ୍ନୁ ଖଟୁଆ, କୋଦଣ୍ଡ ବରାଳ, ଜଗନ୍ନାଥ ସ୍ୱାଇଁ, ଆତୁଳି ନାୟକ, ବିଦ୍ୟାଧର ଜେନା, ଗୌରାଙ୍ଗ ବେହେରା, ସ୍ମୃତି ରଞ୍ଜନ ମଲ୍ଲିକ, ରାଜ କିଶୋର ଜେନା, ରାଜେନ୍ଦ୍ର ଦାସ, ରମାକାନ୍ତ ଶଙ୍ଖୁଆ, ନିତ୍ୟାନନ୍ଦ ବେହେରା, ଖେଲାରାମ କିସ୍କୁ, ଟିକା ନାଏକଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ ।


