ରାଷ୍ଟ୍ରପତି ନିର୍ବାଚନ ଫଳ ପ୍ରକାଶ ପରେ ବିଜେପିର ‘ବିଜୟ ଉତ୍ସବ’
ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ନେଇ ବିଭିନ୍ନ ମହଲରେ ଖୁସୀର ଲହରୀ ଖେଳିଯାଇଛି । ସ୍ୱାଧୀନ ଭାରତର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଭାବେ ବିପୁଳ ଭୋଟରରେ ତାଙ୍କର ବିଜୟରେ ସବୁଠି ଖୁସୀର ମାହଲ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ସଦର ବିଜେପି ପକ୍ଷରୁ ସ୍ଥାନୀୟ ସିନେମାଛକରେ ବିଜୟ ଉତ୍ସବ ପାଳନ କରାଯାଇଛି । ଦଳୀୟ କର୍ମୀଙ୍କ ସମେତ ସାଧାରଣ ଲୋକ ରଙ୍ଗ ଖେଳି ବାଜା ବଜାଇ ବିଜୟ ଉତ୍ସବ ମନାଇଥିଲେ । ପରେ ପରସ୍ପରଙ୍କ ଭିତରେ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି ବୋଲି ଶ୍ରୀଦତ୍ତ ପରିପ୍ରକାଶ କରିଛନ୍ତି ।