ରାଷ୍ଟ୍ରପତି ପୁରସ୍କାରପାପ୍ତ ସୁକାନ୍ତ ଚୈାଧୁରୀ ସର୍ବକ୍ଷମଥିଲେ;ସ୍ମୃତି ସଭାରେ ବିଶିଷ୍ଠ ବ୍ୟକ୍ତିଙ୍କ ମତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାରପ୍ରାପ୍ତ କ୍ରୀଡାବିତ ସର୍ବକ୍ଷମ ସୂର୍ଗତ ସୁକାନ୍ତ ଚୈାଧୁରୀଙ୍କ ବିୟୋଗରେ ପୁନର୍ବାସ ଓ କେମ ପକ୍ଷରୁ ଆୟୋଜିତ ସ୍ମୃତି ଚାରଣ ସଭା ଶନିବାର ସ୍ଥାନୀୟ ପବ୍ଳିକ ରିଡିଂ ରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । କେମର ବରିଷ୍ଠ ସଦସ୍ୟ ସଂଜୟ କୁମାର ଜେନାଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ସ୍ମୃତି ସଭାକୁ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ ପରିଚାଳନା କରିଥିଲେ । ଏହି ସ୍ମୃତି ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କେମର ସଂପାଦକ ଜାହିଦ ଖାଁ,ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ଗୋକୁଳି ରଞ୍ଜନ ଦାସ, ରମଣୀ ରଞ୍ଜନ ରାଉତରାୟ, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସଂପାଦକ ଶୁଭାଂଶୁ କୁମାର ଦାସ, ଶିକ୍ଷକ ଓ ପ୍ରକୃତି ପ୍ରେମୀ ପାର୍ଥସାରଥୀ ବେହେରା, ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନର ଅଧ୍ୟକ୍ଷ ସୋପ୍ନାଂଶୁ କୁମାର ଦାସ, ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି, ସାହିତ୍ୟ ସଂସଦର ସହ ସଂପାଦକ କାର୍ତିକ ଚରଣ ନାୟକ, ସତ୍ୟପ୍ରିୟ ଦାସ, ପ୍ରକୃତି ବଂଧୁ ନୃସିଂହ ଚରଣ ତ୍ରିପାଠୀ , କେମର ବରିଷ୍ଠ କର୍ମକର୍ତା ଜ୍ୟୋର୍ତିମୟ ନାୟକ, ଲଲିତେନ୍ଦୁ ପଣ୍ଡା, ପ୍ରଦ୍ୟୁମ୍ନ ବେହେରା, ଧୀରେନ୍ଦ୍ର କୁମାର ଦାସ, ସତ୍ୟବ୍ରତ ସିଂ, କିଶୋର ଚନ୍ଦ୍ର ପ୍ରଧାନ, ସେକ ୟୁସୁଫ, ସିଦ୍ଧାର୍ଥ ଚୈାଧୁରୀ, ଦୀପକ ପ୍ରଧାନ, ସାମ୍ବାଦିକ ଚତ୍ତ ରଞ୍ଜନ ଦାସ ଓ ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ କୋଭିଡ ନିୟମକୁ ମାନି ଯୋଗଦେଇ ସୂର୍ଗତଃ ଚୈାଧୁରୀଙ୍କ ଜୀବନ ସଂଗ୍ରାମ ଓ ସଫଳତା ସଂପର୍କରେ ଆଲୋକପାତ କରି ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ସର୍ବପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପୁନର୍ବାସ ଓ କେମର ମୁଖ୍ୟ କାର୍ଯ୍ୟ ନିର୍ବାହୀ ତଥା ଡେପୁଟି କଲେକ୍ଟର ବିରଜା ପ୍ରସାଦ ରାଉତରାୟ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସ୍ୱ୍‌ର୍ଗତଃ ଚୈାଧୁରୀଙ୍କ ପିତାଙ୍କର ୭ ପୁଅ ମଧ୍ୟରେ ସେ ଏକମାତ୍ର ସନ୍ତାନ ଯେ କି ଶ୍ରବଣ ଓ ବାକ ଶକ୍ତି ବାଧିତ ହୋଇଥିଲେ ମଧ୍ୟ ପଲ୍ଳୀରୁ ଦିଲ୍ଳୀ ଯାଏ ପୁରସ୍କାର ଓ ସମ୍ବର୍ଦ୍ଧନା ହାସଲ କରିଥିଲେ । ସେ ଦୀର୍ଘଦିନ ଧରି ପାରାଦୀପ ପୋର୍ଟ ଟ୍ରଷ୍ଟର ସୁପରିନଟେଣ୍ଡେଂଟ ଭାବରେ ସଫଳତାର ସହ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ଦୁଇଟି ମୁଖ୍ୟ ଅଂଗ ବାଧିତ ହୋଇଥିଲେ ମଧ୍ୟ ସେ ଦେଶର ସର୍ବୋଚ୍ଚ ସ୍ଥାନରେ ପହଂଚି ପାରିଥିବାରୁ ସେ ଚିରସ୍ମରଣୀୟ ଓ ବନ୍ଦନୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ତାଙ୍କ ସ୍ମୃତିରେ ଏକ ସ୍ମରଣିକା ପ୍ରକାଶ ସହ ଭିନ୍ନକ୍ଷମ ଦିବସରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଫଳ ଭିନ୍ନକ୍ଷମକୁ ପୁରସ୍କୃତ କରାଯିବାକୁ ସ୍ଥିର କରାଯାଇଥିଲା । ଶେଷରେ ଆଇନଜୀବୀ ଶେଷଦେବ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ