ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଇଣ୍ଡିଆ ବୁକ ରେକଡ଼ରେ ସ୍ଥାନ ପାଇଥିବା ଅବସରପ୍ରାପ୍ତ ସୈନିକଙ୍କୁ ସମ୍ୱର୍ଦ୍ଧନା

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଗ୍ରାମ ପଂଚାୟତ ଓ ଛତ୍ରପୁର ବିଧାୟକଙ୍କ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସଵ କଣମଣା ସରପଞ୍ଚ ଏସ. ଚକ୍ରପାଣି ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଭାରତର ରାଷ୍ଟ୍ରପତିଙ୍କ ଠାରୁ ଉତ୍ତମ ଶିକ୍ଷାଦାନ ଓ ସଚେତନତା ପାଇଁ ଜାତୀୟ ପୁରସ୍କାର ପାଇଥିବା କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ କୁମାର ସେଠି ଏବଂ ସାଇବର ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟାର ନିରାପତ୍ତା ସହ ସାଇବର ଅପରାଧକୁ ରୋକିବା ପାଇଁ ଆବଶ୍ୟକ ଜ୍ଞାନ କୌଶଳ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିବା ସହ ଇଣ୍ଡିଆ ବୁକ ଅଫ ରେକଡ଼ରେ ସ୍ଥାନ ପାଇଥିବା ଅବସରପ୍ରାପ୍ତ ସୈନିକ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀ ପୁଇଁତୋଳା ଗ୍ରାମର ଭୂପେଶ କୁମାର ପୋଲାଇଙ୍କୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉପଢୌକନ ପ୍ରଦାନ କରି ସମ୍ୱର୍ଦ୍ଧନା କରିଥିଲେ l ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସେଠି ଓ ଇଣ୍ଡିଆ ବୁକ ଅଫ ରେକଡ଼ ରେ ସ୍ଥାନ ପାଇଥିବା ଶ୍ରୀ ପୋଲାଇଙ୍କ କାର୍ଯ୍ୟ କଳାପକୁ ବିଧାୟକ ଶ୍ରୀ ବେହେରା ପ୍ରଶଂସା କରିଥିଲେ l ପରେ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ସେ ଦୁହେଁଙ୍କୁ ସମ୍ୱର୍ଦ୍ଧନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ, କଣମଣା ସମିତି ସଭ୍ୟା ରଶ୍ମିତା ବେହେରା, ଛାତ୍ର ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା ଓ ବି. ସୁଦାମ, ପୂର୍ବତନ ବିଜେଡି ଛତ୍ରପୁର ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ପୂର୍ବତନ କାଉନସିଲର ବି. ରାଜୁ ବାବୁ, ଯୁବ ବିଜେଡ଼ି ଛତ୍ରପୁର ଏନଏସି ସଭାପତି ଟି. ଚନ୍ଦ୍ର ଶେଖର ରାଓଙ୍କ ସମେତ ବହୁ ଆଇନଜୀଵୀ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଛାମୁଆ ନେତା ଏବଂ କଣମଣା ଗ୍ରାମ ପଂଚାୟତ ବହୁ ଜନସାଧାରଣ ମାନେ ଉପସ୍ଥିତ ଥିଲେ l ପ୍ରାରମ୍ଭରେ ଶିକ୍ଷକ ଡ଼ଃ ଜେ. କୁର୍ମା ରାଓ ସ୍ୱାଗତ ଭାଷଣ ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ କଣମଣା ସରପଞ୍ଚ ଶ୍ରୀ ରେଡ୍ଡୀ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ