ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଶୁର୍ରାମ ସ୍ୱାଇଁଙ୍କ ପରଲୋକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ହାଇସ୍କୁଲ ପୁରାତନ ଛାତ୍ରସଂସଦର ଉପଦେଷ୍ଠା ତଥା ଧୂମାତ ଗ୍ରାମପଞ୍ଚାୟତର ନୂଆସାହି ଗ୍ରାମର ମୁରବୀ ଓ ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ, ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପଶୁର୍ରାମ ସ୍ୱାଇଁଙ୍କର ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ସ୍ୱାଇଁ ଜଣେ ଆଦର୍ଶ ଶିକ୍ଷକ ରୂପେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ହେବା ସହ ଆଦିବାସୀ କୋହିଆ ଭାଷାରେ ଓଡିଆ ପୁସ୍ତକ ଅନୁବାଦ କରି ରାଷ୍‌ଟ୍ରପତିଙ୍କ ଠାରୁ ମଧ୍ୟ ସମ୍ମାନୀତ ହୋଇଥିଲେ । ଅବସର ପରେ ଇନ୍ଦୁପୁର ହାଇସ୍କୁଲ ପୁରାତନ ଛାତ୍ର ସଂସଦ, କେନ୍ଦ୍ରାପଡା- ଯାଜପୁର ପ୍ରତିଭା ପୂଜା ଓ ସାଂସ୍କୃତିକ ସଂସଦ ଏବଂ ଅଞ୍ଚଳର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ଥିଲେ । ତାଙ୍କ ମରଶରୀରକୁ ଇନ୍ଦୁପୁର ହାଇସ୍କୁଲ ସମେତ ଧୂମାତ ପଞ୍ଚାୟତର ଗ୍ରାମ ଗୁଡିକ ପରିକ୍ରମା କରି ଶେଷରେ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠପୁତ୍ର ଅଲେଖ ମୁଖାଗ୍ନି ଦେଇଥିଲେ । ତାଙ୍କ ମର ଶରୀରରେ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା, ଇନ୍ଦୁପୁର ସରପଞ୍ଚ ପ୍ରଦୀପରଞ୍ଜନ ସୂତାର, ସମାଜସେବୀ ଦୁଷ୍ମନ୍ତ କୁମାର ମଲ୍ଲିକ, ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ କୁମାର ଜେନା, ସମବାୟ ସମିତି ସମ୍ପାଦକ ଦାମୋଦର ସେଠୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାକ୍ତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ସିପ୍ରା ମଲ୍ଲିକ, ଜିଲ୍ଲା ପରିଷଦ ସଦସ୍ୟା ଲିଲିତା ଦାସ, ଓଷ୍ଟା ଜିଲ୍ଲା ସମ୍ପାଦକ ନିର୍ମଳ କୁମାର ନାୟକ, ପ୍ରଫେସର ପ୍ରଭାତ କୁମାର ମହାନ୍ତି, ସହପାଠୀ ଶିକ୍ଷାବିତ ସୁବାଷ ଚନ୍ଦ୍ର ମଜୁମଦାରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ସ୍ୱାଇଁଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ