ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ମେଲ, ୟୁଟ୍ୟୁବ୍‌ ହ୍ୟାକ୍‌

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ କୁମାର ସେଠୀଙ୍କ ଜିମେଲ ଆକାଉଣ୍ଟ ସମେତ ‘ଅନ୍ବେଷା ମ୍ୟୁଜିକ’ ନାମରେ ୟୁଟ୍ୟୁବ ଚ୍ୟାନେଲକୁ କେହି ଦୁର୍ବୃତ୍ତ ହ୍ୟାକ କରି ଦେଇଛି । ଏସମ୍ପର୍କରେ ବ୍ରହ୍ମପୁର ସାଇବର ଥାନାରେ ସେ ଏତଲା ଦେଇଛନ୍ତି । ପିଲାଙ୍କ ଶିକ୍ଷଣ, ସମାଜ ସଂସ୍କାର ଓ ସଚେତନତା ସମ୍ପର୍କିତ ଅନେକ ପ୍ରସଙ୍ଗ ଅନ୍ବେଷା ମ୍ୟୁଜିକ ଚ୍ୟାନେଲରେ ଅପଲୋଡ଼ ହୋଇଥିଲା ଯାହା ହଜାର ହଜାର ଲୋକ ଓ ଛାତ୍ରୀଛାତ୍ର ଦେଖୁଥିଲେ । ଏହା ସହିତ ଜଣେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଭାବରେତାଙ୍କ ମେଲ ଆଇଡି ଓ ଅନ୍ବେଷା ମ୍ୟୁଜିକ ଚ୍ୟାନେଲ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରୁଥିଲେ। ଦୁର୍ବୃତ୍ତ ଜଣଙ୍କ ସେଠୀଙ୍କ ଜି ମେଲରେ ତାଙ୍କ ରିକୋଭେରି ମେଲ ଏବଂ ମୋବାଇଲ ନମ୍ବର କାଢି ତାଙ୍କ ମୋବାଇଲ ନମ୍ବର ଦେଇ ଜିମେ୍‌ଲ ହ୍ୟାକ ସହିତ ଅନ୍ବେଷା ମ୍ୟୁଜିକ ଚ୍ୟାନେଲକୁ ପ୍ରାଇଭେଟ କରିଦେଇଛନ୍ତି। ବିଭିନ୍ନ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଶିକ୍ଷା ମନ୍ତ୍ରଣାଳୟ ,ଦିଲ୍ଲୀ ଓ ଭୁବନେଶ୍ୱର ସହିତ ତାଙ୍କର ମେଲ ଓ ମୋବାଇଲ ନମ୍ବର ସଂଯୋଗ ହୋଇଛି । କାଳେ ହ୍ୟାକର କିଛି ଅସୁବିଧାରେ ପକାଇବେ ସେ ନେଇ ସେ ଭୟଭୀତ ହୋଇପଡିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ