ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଜନ୍ମପୀଠ ଠାରେ ପୂଜାର୍ଚ୍ଚନା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଆଉ ଅଳ୍ପ ଦିନ ରାଷ୍ଟ୍ରପତି ନିର୍ବାଚନ ହେବ । ଆମ ଅଂଚଳର ବିଶିଷ୍ଟା ନାରୀନେତ୍ରୀ ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ପାଇଁ ମନୋନୀତ ହୋଇ ନିର୍ବାଚନ ଲଢ଼ୁଛନ୍ତି । ତାଙ୍କରି ସୁନିଶ୍ଚିତ ବିଜୟ‌ ନେଇ ତାଙ୍କ ଜନ୍ମମାଟି ଉପବେଡା ଗ୍ରାମରେ ଆଦିବାସୀ ସାନ୍ତାଳ ସମାଜ ପକ୍ଷରୁ ସ୍ଥାନୀୟ ଜାହେରଗାଳଠାରେ ଆଦିବାସୀ ସାନ୍ତାଳ ସମାଜ ଲୋକ ପାରଂପାରିକ ବେଶଭୂଷା ନେଇ ସେଠାରେ ଜାହାରାୟେ, ମାରାଂବୁରୁ ଏବଂ ଲିଟେ ଗୋସାଇଁଙ୍କ ପୂଜାର୍ଚ୍ଚନା କରିଥିଲେ । ସେମାନଙ୍କର ବିଶ୍ୱାସ ଏହି ୩ ଠାକୁରଙ୍କୁ ପୂଜାର୍ଚ୍ଚନା କଲେ ନିଶ୍ଚିତ ଭାବେ ଶୁଭଫଳ ମିଳିଥାଏ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଆଦିବାସୀ ମୋର୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ପେଶା କୋଅର୍ଡିନେଟର ଖେଲାରାମ ହହାଁସଦା ଗ୍ରାମ୍ୟ ମୁଖିଆ ଦୁଖୀଶ୍ୟାମ ଟୁଡୁ,ବାଗୁନ ସୋରେନ, ସିଦ୍ଧେଶ୍ୱର ମୁର୍ମୁଙ୍କ ସମେତ ଉପରବେଡାର ସାନ୍ତାଳ ସମାଜ ଲୋକେ ଏବଂଆଖପାଖ ଅଂଚଳର ସାନ୍ତାଳ ସଂପ୍ରଦାୟର ଲୋକେ ଉପସ୍ଥିତ ରହି ନାଚ, ଗୀତ, ଢୋଲ, ମାଦଳ ବଜାଇ ଉତ୍ସବ ମୁଖର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ