ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଆସନ୍ତା ଜୁଲାଇ ୧୮ ତାରିଖ ଦିନ ରାଷ୍ଟ୍ରପତି ନିର୍ବାଚନ ହେଵ । ଭାରତର ବିଶିଷ୍ଟ ଆଦିବାସୀ ନେତ୍ରୀ ତଥା ଆମରି ଅଂଚଳର ଭୂମି ପୁତ୍ରୀ ସଵୁରିପ୍ରିୟ ନାରୀନେତ୍ରୀ ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ପାଇଁ ମନୋନୀତ ହୋଇ ନିର୍ବାଚନ ଲଢ଼ୁଛନ୍ତି । ତାଙ୍କରି ସୁନିଶ୍ଚିତ ବିଜୟ‌ ନେଇ ତାଙ୍କ ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକର ପ୍ରତ୍ୟକ୍ଷ ଆରାଧ୍ୟ ଦେବୀ ମା’କୀଚକେଶ୍ୱରୀ ମନ୍ଦିର ପରିସରରେ ବହଳଦା ଅଂଚଳ ତଥା ଆଖପାଖ ଅଂଚଳର ସଵୁ ବର୍ଗର ବହୁ ସଂଖ୍ୟାରେ ଲୋକେ ମା’କୀଚକେଶ୍ୱରୀଙ୍କ ପୀଠରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥିଲେ । ମୁଖ୍ୟ ପୂଜକ ଅଜୟ ଶଙ୍କର ପାଣିଗ୍ରାହୀ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ହୋମଯଜ୍ଞ, ପୂର୍ଣ୍ଣାହୁତି ହୋଇଥିଲା ପୂଜାରେ ଈଶାନ ମିଶ୍ର, ହିରନ ବସା କର୍ତ୍ତା ହିସାବରେ ବସିଥିଲେ । ମା’ଙ୍କ ପାଖରେ ବେଲପତ୍ର ବରଣ କରିଥିଲେ । ମା’ଙ୍କ ପାଖରେ ଯିଏ ପୂଜା କରିଥାନ୍ତି କେବେହେଲେ ନିଷ୍ଫଳା ହୁଅନ୍ତି ନାହିଁ । ସମସ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ସମସ୍ତଙ୍କ ମୁହଁରେ ଗୋଟିଏ କଥା ମା’କୀଚକେଶ୍ୱରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ଆଶୀର୍ବାଦ ଦିଅନ୍ତୁ । ସେ ବିଜୟୀ ହୋଇ ଏହି ମାଟି ସମେତ ସମଗ୍ର ଭାରତର ବିକାଶରେ ସହାୟିକା ହୁଅନ୍ତୁ । କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ଈଶାନ ମିଶ୍ର, ରାଇରଙ୍ଗପୁର ବ୍ଳକ ଉପାଧ୍ୟକ୍ଷ ହିରଣ ଵସା, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଇଂ କମଳାକାନ୍ତ ନାଏକ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୁନିଲ ମହାନ୍ତ, ପାରାଓ ହେମ୍ବ୍ରମ, ସତ୍ୟଭାମା ମହାନ୍ତି, ହର ମୋହନ‌ ବେହେରା, କିରଣ ରାଣୀ ମହାନ୍ତ, ସତ୍ୟବାନ୍ ବସା, ସୁକଦେବ ସାହୁ, ମାଧବ ମହାପାତ୍ର, ଘାସୀରାମ ସାହୁ, ସଂଜୀବ ସାହୁ, ଋଷି ସାହୁ, ଲୁଲୁ ରାଉତ, ଜୟନ୍ତ ମହାପାତ୍ର, ହାବୁଲ ଦାସ ମହାତ୍ମା ଦୀକ୍ଷିତ, ଗୋଲ ମାଝି, ଦଶରଥ ମଣ୍ଡଳ, ଶିବ ସାହୁ, ସୁମିତ ବେହେରା, ବସନ୍ତ ମାଝୀ, ପ୍ରତ୍ୟୁଷ ଦାଶ, ଶ୍ରୀକାନ୍ତ ମହାନ୍ତ, ସରୋଜ ମହାନ୍ତ, କୁନା ବାରିକଙ୍କ ସମେତ ବହୁ ବୁଦ୍ଧିଜୀବୀ, ମାନ । ଯଗଣ୍ୟ ବ୍ୟକ୍ତି ଯୋଗଦେଇ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ମା’ଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ