ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତାଙ୍କ ମନ୍ତବ୍ୟ ଅତି ନିନ୍ଦନୀୟ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଅଜୟ କୁମାରଙ୍କ ମନ୍ତବ୍ୟ ଅତି ନିନ୍ଦନୀୟ । ଜଣେ ମହିଳା,ଆଦିବାସୀ,ଦଳିତଙ୍କୁ କଂଗ୍ରେସ କରିଛି ଅପମାନିତ । କଂଗ୍ରେସର ଏହି ମନ୍ତବ୍ୟ ଓଡ଼ିଆ ଭାବାବେଗକୁ ଆଘାତ ଦେବା ସହ ଏହା ଓଡ଼ିଶା ବାସୀଙ୍କୁ କଷ୍ଟ ଦେଇଛି । ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ କଂଗ୍ରେସ ମୁଖପାତ୍ରଙ୍କ ଘୢଣ୍ୟ ମନ୍ତବ୍ୟ ପାଇଁ ରାହୁଲ୍ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଆଜି ତା.୧୪ ଜୁଲାଇ ୨୦୨୨ ରିଖ ଗୁରୁବାର ଅପରାହ୍ନ ଘ.୪ – ୦୦ ସମୟରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ବ୍ରହ୍ମପୁର ଠାରେ ସ୍ତାନୀୟ ଗିରି ରୋଡ୍ ଛକ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ “ରାହୁଲ୍ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ” କରାଯାଇଥିଲା । କଂଗ୍ରେସ ନେତାଙ୍କ ଏଭଳି ହୀନ ମନ୍ତବ୍ୟକୁ ବିଜେପି ନେତା ମାନେ ଦୢଢ଼ ବିରୋଦ୍ଧ କରିବା ସହ କଂଗ୍ରେସ ନେତାଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ କଂଗ୍ରେସ ଉପରେ ବର୍ଷିଥିଲେ । କଂଗ୍ରେସ ଭାବିଥିଲା ଏ ଦେଶକୁ  କେବଳ ଗୋଟିଏ ପରିବାର ଶାସନ କରିଥାନ୍ତା, କେହି ସାଧାରଣ ପରିବାର ଲୋକ ନୁହେଁ । ନରେନ୍ଦ୍ର ମୋଦି, ଦ୍ରୌପଦୀ ମୂର୍ମୁଙ୍କ ଭଳି ବ୍ୟକ୍ତିତ୍ବକୁ ବରଦାସ୍ତ କରିପାରୁନି କଂଗ୍ରେସ । ଏମାନେ ଗଣତନ୍ତ୍ର ବିରୋଧୀ, ଆଦିବାସୀ ବିରୋଧି, ମହିଳା ବିରୋଧି ଏବଂ ଓଡ଼ିଆ ବିରୋଧି ବୋଲି ଆଜି ବିଜେପି ନେତା ମାନେ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଭାତ କିରଣ ଷଡ଼ଙ୍ଗୀ,ଏନ୍.ରାଜେନ୍ଦ୍ର କୁମାର, ରାମ କୁମାର ପାତ୍ର, ସୁନିଲ କୁମାର ସାହୁ, ସିଦ୍ଧାନ୍ତ ଗଙ୍ଗଦେବ, ବବିତା ପାତ୍ର, ଡା.ସୁବାଷ ସାହୁ, ସୁଶିଳା ମଲ୍ଲିକ, ପ୍ରଦୀପ ଶତପଥି, ଡ଼ି.କରୁଣାକର, ନୀଳକଣ୍ଠ ସାହୁ, ବାଳକୃଷ୍ଣ ସାମନ୍ତରା, ମଦନ ମହୋନ ପାତ୍ର, ସୁବ୍ରତ ପାଳ, ବନିତା ସାହୁ, ସିଏଚ୍. ଆପନା, ଶିବ ଶଙ୍କର ନାୟକ, ଅଭିରାମ ସାହୁ, କେ.ଟୁଙ୍ଗୁରୁ ପାତ୍ର, ଶିବ ଶଙ୍କର ଶତପଥି, କିରଣ କୁମାର ସାହୁ, ବାଙ୍କାନିଧି ସେଠୀ, ପ୍ରଫୁଲ୍ଲ ସାହୁ, ମଦନ ସାହୁ, ମହେଶ ତ୍ରିପାଠୀ, ଅନୁରାଧା ସାହୁ, ଭାଗ୍ୟପ୍ରଭା ପଟନାୟକ, ନିବେଦିତା ପାଢ଼ୀ, ନର୍ମଦାମଣି ରାଜୁ, ବିନୋଦ ସିଂ, ପ୍ରଙ୍ଗ୍ୟା ପରମିତା ପାଢୀ, ମିଲନ୍ ସିଂ, ପି.ରାଜେନ୍ଦ୍ର କୁମାର, ଡା.ରାମହରି ଖଣ୍ଡୁଆଳ, ସରୋଜ ଦାସ, ମନୋଜ ମହାରଣା, ରବି ନାରାୟଣ ସାବତ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କାର୍ଯକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ