ରାଷ୍ଟ୍ରପତି ଭବନ ଓ ରାଜଭବନରେ ପହଞ୍ଚିଲା ଭୋଟର ତାଲିକାରୁ ନାମ ବାଦ ପଡିବା ଘଟଣା

ଭୋଟର ତାଲିକାରୁ ବାଦ ପଡ଼ିଥିବା ଭୋଟରଙ୍କୁ ଭୋଟପ୍ରଦାନ ଅଧିକାର ଦେବା ପାଇଁ ନିବେଦନ
ସୋରଡା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଆସିକା ଲୋକ ସଭା ମଣ୍ଡଳୀ ସ୍ଥିତ ସୋରଡା ନିର୍ବାଚନ ମଣ୍ଡଳୀରେ ସୋରଡା ଏନଏସିର ୧୭୦ ନମ୍ବର ବୁଥରେ ବହୁ ଭୋଟରଙ୍କ ନାମ ବାଦ ପଡିବା ଘଟଣା ରାଷ୍ଟ୍ରପତି ଭବନ ଓ ରାଜ ଭବନରେ ଯାଇ ପହଞ୍ଚିଛି। ଭୋଟରଙ୍କ ତାଲିକା କିପରି ତାଲିକାରେ ଥାଇ ବାଦ ପଡିଛି ଏହା ତଦନ୍ତ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବାଦ ପଡ଼ିଥିବା ଭୋଟରଙ୍କୁ ଭୋଟ ଦାନ ଅଧିକାର ପାଇଁ ବର୍ତମାନ ସୋରଡା ଏନଏସିର ୦୮ ନମ୍ବର ୱାର୍ଡର କାଉନ୍ସିଲର ରାଷ୍ଟ୍ରପତି ଭବନ ଓ ରାଜ ଭବନକୁ ଚିଠି ଲେଖି ଅବଗତ କରାଇବା ସହ ୧୨୯ ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପର୍ଜ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମେତ କେନ୍ଦ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଘଟଣା ପ୍ରକାରେ ଚଳିତ ବର୍ଷ ସାଧାରଣ ନିର୍ବାଚନରେ ମାଇ ମାସ ୨୦ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲା ଆସିକା ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ କରଯାଇଥିଲା। ସୋରଡା ବିଧାନସଭାରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ମତଦାନ ଗ୍ରହଣ କରଯାଇଥିଲା। ଚାରିଆଡେ ଶାନ୍ତି ଶୃଙ୍ଖଳାର ସହ ମତଦାନ ହୋଇଥିଲେ ସୁଧା କିଛି ବୁଥରେ ଇଭିଏମ ସମସ୍ୟା ଓ ଭୋଟର ତାଲିକାକୁ ନେଇ ବିବାଦ ଦେଖାଦେଇଥିଲା। ସୋରଡା ଏନଏସି ୦୪ ନମ୍ବର ୱାର୍ଡ ୧୭୦ ନମ୍ବର ବୁଥରେ ବହୁ ଭୋଟରଙ୍କ ନାମ ତାଲିକାରୁ ବାଦ ପଡିଥିଲା। ଏହାକୁ ନେଇ ଭୋଟରଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା। ସମସ୍ତେ ଭୋଟ ଦାନ ପାଇଁ ବୁଥକୁ ଯିବା ବେଳେ ହଠାତ ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ନାମ ତାଲିକାରେ ବାଦ ପଡିଛି। ସବୁଠାରୁ ଜାଣିବା କଥା ହେଲା ଯେଉଁ ମାନଙ୍କ ନାମ ବାଦ ପଡିଛି ସେମାନ ଆଜି ଯାଏଁ ଅନବରତ ଭୋଟ ଦେଇଆସୁଛନ୍ତି। ହଠାତ ସେମାନଙ୍କ ନାମ ବାଦ ପଡିବା ଜାଣି ଚକିତ ହୋଇଥିଲେ। ଭୋଟ ଦାନ ପାଇଁ ଅନେକ ଯୁକ୍ତି କରାଯାଇଥିଲେ ସୁଧା କେହି ତାଙ୍କ ଯୁକ୍ତି ଶୁଣିବାକୁ କିମ୍ବା କୌଣସି ସମାଧାନ କରିନଥିଲେ। ଶେଷରେ ସେମାନେ ନିରାଶ ହୋଇ ଫେରିଥିଲେ । ଭୋଟର ତାଲିକାରୁ ନାମ ବାଦ ପଡିବା ପାଇଁ ସମ୍ପୃକ୍ତ ଭୋଟରଙ୍କ ଠାରୁ ଫର୍ମ ନମ୍ବର ୦୭ ପୂରଣ ହେବା ଦରକାର ଏବଂ ନିଜେ ଭୋଟର ଏହି ଫର୍ମ ଦେବାର ପ୍ରାବଧାନ ରହିଛି। ତେବେ ଅନେକ ଭୋଟର ଏହି ଫର୍ମ ପୂରଣ କରି ଦେଇନଥିବା ସ୍ଵୀକାର କରିଛନ୍ତି। ଭୋଟରଙ୍କ ଅନୁମତି ନଥାଇ ଏହି ଫର୍ମ କିଏ ପୂରଣ କରିଦେଇଛି ଏବଂ ନାମ କିପରି ଡ଼ିଲିଟ ହୋଇଛି ଏହାକୁ ନେଇ ଏବେ ଅନେକ ଆଲୋଚନା ହେଉଛି । ତେବେ ଭୋଟରଙ୍କ ଅସନ୍ତୋଷ ଦୂର କରିବା ପାଇଁ ଏଠାକାର ନୋଡାଲ ଅଫିସର ସମ୍ପୃକ୍ତ ବୁଥର ପ୍ରିଜାଇଡିଂ ଅଫିସରଙ୍କ ନିକଟରୁ ଏଏସଡି ରିପୋର୍ଟ ମାଗି ତଦନ୍ତ କରି ଭୋଟରଙ୍କୁ ଭୋଟ ଦାନ ପାଇଁ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଥିଲା । କିନ୍ତୁ ତାହା ହୋଇପାରିଲା ନାହି। ଫଳରେ ଭୋଟର ମାନେ ଭୋଟ ଦାନ ଅଧିକାରରୁ ବଞ୍ଚିତ ହୋଇଥିଲେ। ତେବେ ଏ ସମ୍ପର୍କରେ ଅଧିକ ତଦନ୍ତ କରି ଯେତିକି ଭୋଟରଙ୍କ ନାମ ତାଲିକାରୁ ବାଦ ପଡିଛି ସେତିକି ଫର୍ମ ୦୭ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୁନଃ ଭୋଟରଙ୍କୁ ଭୋଟ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବା ଉଦ୍ୟେଶରେ ଏଠାକାର ୦୮ ନମ୍ବର ୱାର୍ଡ ର କାଉନ୍ସିଲର ରାଷ୍ଟ୍ରପତି ଭବନକୁ ଅବଗତ କରାଇବା ସହ ଓଡିଶା ରାଜ ଭବନ, ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ, ୧୨୯ ବିଧାନସଭାର ପର୍ଜ୍ୟବେକ୍ଷକ, ଗଞ୍ଜାମ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ